ଲୋକଙ୍କ ସରକାରରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବିକାଶର ଧାରାକୁ ତ୍ୱରାନ୍ୱିତ କରାଯାଉଛି। ଏହା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ₹୩୪୦ କୋଟି ବ୍ୟୟରେ ୭୦ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏଥିରେ ୨୮ଟି ପ୍ରକଳ୍ପର ଉଦ୍ଘାଟନ ସହ ୪୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପଦକ୍ଷେପ ବାଲେଶ୍ୱରର ଭିତ୍ତିଭୂମି ସୁଦୃଢ଼ କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶକୁ ନୂଆ ଗତି ଦେବ।
Development across Odisha continues to gain momentum. In Balasore, 70 projects worth ₹340 crore have been launched, including 28 inaugurated projects and foundation stones laid for 42 projects, strengthening infrastructure and accelerating holistic growth.
ସୁନ୍ଦରଗଡ଼ ଜିଲ୍ଲା, ଲେଫ୍ରିପଡ଼ା ତହସିଲର ରୂପେଶୀ କପାଟ (ପିତା - ଛାଲ କପାଟ) ଙ୍କର ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
2
3,753
ଲୋକଙ୍କ ସରକାରରେ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଜନଙ୍କ ସାମାଜିକ ସୁରକ୍ଷା ଓ ସମ୍ମାନଜନକ ଜୀବନକୁ ଦିଆଯାଉଛି ପ୍ରାଥମିକତା। ମଧୁବାବୁ ପେନ୍ସନ୍ ଯୋଜନାରେ ଆଉ ୫,୦୫,୮୧୭ ଜଣ ହିତାଧିକାରୀ ସାମିଲ ହେବା ସହ ମୋଟ ସଂଖ୍ୟା ୪୧,୮୦,୮୨୫ରେ ପହଞ୍ଚିଛି। କୋଟା ବ୍ୟବସ୍ଥାର ଅନ୍ତ ଘଟାଇ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପେନ୍ସନ୍ ପ୍ରଦାନ ସହ ଆବେଦନ ପ୍ରକ୍ରିୟା ସରଳୀକରଣ ପାଇଁ UPMP ପୋର୍ଟାଲ ଲୋକାର୍ପିତ ହୋଇଛି। ଏଣିକି ମଞ୍ଜୁରର ପରବର୍ତ୍ତୀ ମାସରୁ ଭତ୍ତା ଏବଂ ୮୦ ବର୍ଷ ପୂରଣ ହେଲେ ସ୍ୱୟଂକ୍ରିୟ ଭାବେ ₹୩,୫୦୦ ବର୍ଦ୍ଧିତ ଭତ୍ତା ମିଳିବ।
The Madhubabu Pension Yojana now covers 41.8 lakh beneficiaries, with 5 lakh new additions. The quota system has ended, applications simplified through the UPMP portal, and eligible persons aged 80+ will automatically receive an enhanced pension of ₹3,500.
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
#PensionSaturation
#Odisha is taking focused steps towards strengthening international partnerships and advancing its economic and developmental priorities.
The signing of the Friendship Agreement between Odisha and Tottori Prefecture, Japan, marks a significant step towards institutionalising cooperation in trade, investment, industrial development, skill development, tourism and cultural exchange.
Guided by the vision of Hon’ble Prime Minister Shri @narendramodi and under the leadership of Hon’ble Chief Minister Shri @MohanMOdisha , the State is committed to translating this partnership into tangible opportunities, stronger economic ties and sustainable growth for the people of Odisha.
ବିଶ୍ୱସ୍ତରୀୟ ସହଭାଗିତା ମାଧ୍ୟମରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ତଥା ସାମଗ୍ରିକ ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାର ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତ ଓ ଜାପାନ ମଧ୍ୟରେ ଅର୍ଥନୈତିକ ସମ୍ପର୍କ, ସଂସ୍ଥାଗତ ସହଯୋଗ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଏବଂ ଜାପାନର ତୋତ୍ତୋରି ମଧ୍ୟରେ ଏକ ଐତିହାସିକ ବନ୍ଧୁତ୍ୱ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ, ଭୁବନେଶ୍ୱରଠାରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଐତିହାସିକ ବୁଝାମଣା ପତ୍ର (MoU) ଆମ ରାଜ୍ୟ ପାଇଁ ଅସୀମ ସମ୍ଭାବନାର ନୂଆ ଦ୍ୱାର ଉନ୍ମୁକ୍ତ କରିବ ।
ଏହି ବନ୍ଧୁତ୍ୱ ଚୁକ୍ତି ଜରିଆରେ ଶିଳ୍ପ, ବାଣିଜ୍ୟ, ବୈଷୟିକ କ୍ଷେତ୍ର, ଷ୍ଟାର୍ଟଅପ୍ ଏବଂ ପର୍ଯ୍ୟଟନରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବା ସହିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ମାଧ୍ୟମରେ ମାନବ ସମ୍ବଳ ବିକାଶ, ତ୍ୱରିତ ଓ ଭାଷା ପ୍ରଶିକ୍ଷଣ ତଥା ଯୁବପିଢ଼ିଙ୍କ ପାଇଁ ଅନ୍ତର୍ଜାତୀୟ ନିଯୁକ୍ତିର ବିପୁଳ ସୁଯୋଗ ସୃଷ୍ଟି ହେବ । 'ଭବିଷ୍ୟତ ପାଇଁ ବନ୍ଧୁତ୍ୱ'ର ଏହି ଅନନ୍ୟ ପ୍ରୟାସ ଓଡ଼ିଶାର ଅର୍ଥନୀତିକୁ ନୂତନ ଶକ୍ତି ଯୋଗାଇ ଏକ ସମୃଦ୍ଧ ଓ ଆତ୍ମନିର୍ଭର ରାଜ୍ୟ ଗଠନ ଦିଗରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।
#Odisha #Japan #Tottori #InternationalCooperation #InvestInOdisha
ଗଞ୍ଜାମ ଜିଲ୍ଲା, ପାତ୍ରପୁର ତହସିଲର ଏସ୍. ରାଜେଶ କୁମାର (ପିତା - ଏସ୍. ହେମରାଓ) ଙ୍କର ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ଆଜି ବାଲେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧୁବାବୁ ପେନସନ ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପୂର୍ଣ୍ଣତାର ଶୁଭାରମ୍ଭ କରିବା ସହ 'Unified Pension Management Portal' (UPMP) ଏବଂ ସଚେତନତା ରଥର ଉନ୍ମୋଚନ କରିଛନ୍ତି।
ରାଜ୍ୟରେ ଅପେକ୍ଷାର ଯୁଗ ଶେଷ ହୋଇ ଗୁରୁଜନ ତଥା ଅସହାୟଙ୍କ ଅଧିକାରକୁ ସମ୍ମାନ ଜଣାଇବାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି, ଯେଉଁଥିରେ ପୂର୍ବର ସମ୍ବେଦନହୀନ କୋଟା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ନିୟମିତ ଭତ୍ତା ପ୍ରଦାନ ସୁନିଶ୍ଚିତ କରାଯାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।
✅ ପ୍ରତିଶ୍ରୁତି ଅନୁଯାୟୀ ଆଜି ରାଜ୍ୟର ୫,୦୫,୮୧୭ ଜଣ ନୂତନ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯିବା ଫଳରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୪୧,୮୦,୮୨୫ରେ ପହଞ୍ଚିଛି ଏବଂ ଯୋଜନାଟି ସାଚୁରେସନ ହାସଲ କରିଛି।
✅ ପୂର୍ବର କୋଟା ବ୍ୟବସ୍ଥା ଯୋଗୁଁ ଜଣେ ପେନସନଭୋଗୀଙ୍କ ମୃତ୍ୟୁ ପରେ ହିଁ ଅନ୍ୟ ଜଣଙ୍କୁ ସୁଯୋଗ ମିଳୁଥିବା ନିୟମକୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରାଯାଇଛି।
✅ ଏହି ୫ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ହିତାଧିକାରୀଙ୍କ ପାଇଁ ରାଜ୍ୟ ରାଜକୋଷରୁ ବାର୍ଷିକ ଅତିରିକ୍ତ ୬୨୫ କୋଟି ଟଙ୍କା ବ୍ୟୟ କରାଯିବ, ଯାହାକୁ ଗୁରୁଜନମାନଙ୍କ ସମ୍ମାନ ତଥା କଲ୍ୟାଣ ପାଇଁ ସରକାରଙ୍କ ଏକ ସାର୍ଥକ ବିନିଯୋଗ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
✅ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ସରଳୀକରଣ କରିବା ଲକ୍ଷ୍ୟରେ 'Unified Pension Management Portal' (UPMP) କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ଯୋଗ୍ୟ ବ୍ୟକ୍ତିମାନେ ସିଧାସଳଖ, ଜନସେବା କେନ୍ଦ୍ର କିମ୍ବା ବିଡିଓ କାର୍ଯ୍ୟାଳୟ ଜରିଆରେ ଅନଲାଇନ୍ ଆବେଦନ କରିପାରିବେ।
✅ ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ନିୟମିତ ଭତ୍ତା ମିଳିବ ଏବଂ ୮୦ ବର୍ଷ ବୟସ ପୂର୍ଣ୍ଣ କରୁଥିବା ହିତାଧିକାରୀଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ପାଇଁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ, ବରଂ ବ୍ୟବସ୍ଥା ଅନୁଯାୟୀ ଏହା ସ୍ୱୟଂକ୍ରିୟ ଭାବେ ଲାଗୁ ହେବ।
✅ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଅକ୍ଟୋବର ଏବଂ ନଭେମ୍ବର ମାସର ଭତ୍ତା ଏକକାଳୀନ ପ୍ରଦାନ କରାଯିବ; ଏଥିପାଇଁ ନଭେମ୍ବର ୧୧ ରୁ ୧୨ ଜିଲ୍ଲା ସ୍ତରରେ, ନଭେମ୍ବର ୧୩ ରୁ ୧୪ ବ୍ଲକ ସ୍ତରରେ ତଥା ଅବଶିଷ୍ଟ ହିତାଧିକାରୀଙ୍କୁ ନଭେମ୍ବର ୨୫ ତାରିଖରେ ପଞ୍ଚାୟତ ଓ ମୁନିସିପାଲିଟି କାର୍ଯ୍ୟାଳୟରୁ ନଗଦ ଭାବେ ପ୍ରଦାନ କରାଯିବ।
✅ ଆଗାମୀ ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ହିତାଧିକାରୀମାନଙ୍କୁ ନିୟମିତ ଭାବେ ଭତ୍ତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ନିର୍ଦ୍ଧାରିତ ହୋଇଛି।
✅ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରସ୍ତୁତ 'ମଧୁବାବୁ ପେନସନ ଯୋଜନା ସଚେତନତା ରଥ'କୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
✅ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ପ୍ରାୟ ୩୪୦ କୋଟି ଟଙ୍କାର ୭୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
Hon’ble Chief Minister Shri @MohanMOdisha marked pension saturation under the Madhu Babu Pension Yojana in Balasore, bringing over 5 lakh new beneficiaries under the scheme and taking the total coverage to over 41.8 lakh.
This landmark step also ended the restrictive pension quota system. On the occasion, the Chief Minister launched the Unified Pension Management Portal (UPMP) for transparent and efficient benefit delivery, rolled out two months’ combined pension assistance, flagged off the MBPY Awareness Rath, and dedicated 70 developmental projects worth ₹340 crore to the people of Balasore.
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
@PMOIndia
The abolition of the restrictive pension quota system under the Madhu Babu Pension Yojana brings 5,05,817 additional eligible beneficiaries under its coverage, taking the total to over 41.8 lakh. This reform ensures that no eligible person is left behind and strengthens the Government’s commitment to inclusive social security and timely pension delivery.
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
@PMOIndia
୨୦୩୬ ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଆମର ସଂକଳ୍ପ। ଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତିରେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ସାମୂହିକ ବିକାଶ ସହ ‘ଟିମ୍ ଓଡ଼ିଶା’ ଭାବେ ଏକାଠି ହୋଇ କାମ କରିବାକୁ ହେବ। ଏହା ହିଁ ବିକଶିତ ଭାରତ ଗଠନରେ ଓଡ଼ିଶାର ଅବଦାନ ହେବ।
Our vision is to build a prosperous and developed Odisha by 2036, marking 100 years of the state’s formation. Achieving this goal requires collective efforts across every region, with all of us working together as Team Odisha and contributing to the vision of a Viksit Bharat.
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
#PensionSaturation
ଲୋକଙ୍କ ସରକାରରେ ସାମାଜିକ ସୁରକ୍ଷା ଓ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ସମ୍ମାନଜନକ ଜୀବନଧାରଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଏକ ବଡ଼ ଐତିହାସିକ ପରିବର୍ତ୍ତନ ଅଣାଯାଇଛି । ସମଗ୍ର ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସରଳ ଓ ତ୍ୱରିତ କରିବା ପାଇଁ 'ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍' (UPMP)ର ଶୁଭାରମ୍ଭ କରାଯିବା ସହ ମଧୁବାବୁ ପେନସନ୍ ଯୋଜନାକୁ ସାଚୁରେସନ୍ ମୋଡ୍ରେ କାର୍ଯ୍ୟକାରୀ କରାଯାଉଛି ।
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
ଆଜି ବାଲେଶ୍ୱର ରିଜର୍ଭ ପୋଲିସ୍ ପଡ଼ିଆଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧୁବାବୁ ପେନ୍ସନ୍ ଯୋଜନାରେ ୫ ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରିବା ସହ ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ୍ (UPMP) ର ଶୁଭ ଉଦ୍ଘାଟନ କରିବେ।
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #PromiseDelivered
The Odisha Cabinet, chaired by Hon’ble Chief Minister Shri Mohan Charan Majhi, approved a series of significant proposals aimed at strengthening governance, expanding opportunities, improving public services and accelerating the State’s development.
✅ Odisha Shikshanet - Free Wi-Fi for Colleges:
A ₹393.62 crore scheme providing free Wi-Fi and up to 1 GB of daily data to students across 601 Government and aided colleges.
✅ Recruitment of Assistant Town Planners:
Amendments to facilitate direct recruitment of 19 Assistant Town Planners through OPSC, with revised age and educational criteria.
✅ Training and Law Clerkship for Judicial Officers:
One year of institutional training followed by one year of structured Law Clerkship for Trainee Judicial Officers.
✅ Restructuring of the Panchayat Executive Officers Cadre:
A restructured cadre of 3,294 posts, creating enhanced career progression opportunities and strengthening grassroots administration.
✅ No Limit on Attempts in OCS Examination:
Removal of the attempt limit for eligible candidates appearing in the Odisha Civil Services Examination.
✅ 600 MW Upper Indravati Pumped Storage Project:
A ₹4,708.64 crore project at Ranibahal, Kalahandi, to strengthen energy storage and grid stability.
✅ Odisha Bovine Breeding (Regulation) Bill, 2026:
A regulatory framework for scientific breeding, quality assurance and traceability of breeding services, with a focus on improved livestock productivity.
✅ Seven Mega Lift Irrigation Schemes in Nuapada:
Seven schemes with an execution cost of ₹268.22 crore, creating irrigation potential across 8,800 hectares in 59 villages.
✅ In-stream Storage Project in Balangir:
A ₹99.99 crore project near Patharla village to ensure water supply to 12 villages and support livelihoods.
✅ Extension of Institutional Dealer Replacement Period under PDS:
Extension of the deadline for replacing institutional dealers with private dealers to 30 September 2027.
✅ Food and Paddy Procurement Policy for KMS 2026–27:
A procurement target of 53 LMT of rice, equivalent to approximately 78 LMT of paddy, with farmers receiving ₹3,100 per quintal, including MSP and input assistance.
✅ Kursud In-stream Storage Project:
An ₹81.36 crore project on the Indra river in Balangir district, benefiting 17 drought-prone villages across Titilagarh and Bangomunda blocks.
#OdishaCabinet
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟ ସରକାରଙ୍କ ୧୦ଟି ପ୍ରମୁଖ ବିଭାଗ ପକ୍ଷରୁ ଉପସ୍ଥାପିତ ହୋଇଥିବା ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇ ଅନୁମୋଦନ ପ୍ରଦାନ କରାଯାଇଛି।
ସାମାଜିକ ନ୍ୟାୟ ଓ ଲୋକକଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ, ରାଜ୍ୟ ସରକାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ଏଣିକି ଯୋଗ୍ୟ ଆବେଦନକାରୀଙ୍କୁ ଆବେଦନର ପରବର୍ତ୍ତୀ ମାସରୁ ହିଁ ନିୟମିତ ଭାବେ ଭତ୍ତା ପ୍ରଦାନ କରାଯିବ।
ଆସନ୍ତାକାଲି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ।
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #PromiseDelivered
ଲୋକଙ୍କ ସରକାରରେ କୃଷି ଓ କୃଷକଙ୍କ ସମୃଦ୍ଧି ପାଇଁ ଜଳସେଚନ ଭିତ୍ତିଭୂମିର ସମ୍ପ୍ରସାରଣକୁ ଦିଆଯାଉଛି ପ୍ରାଥମିକତା। ପ୍ରାୟ ₹୧୨୦ କୋଟି ବ୍ୟୟରେ କେନ୍ଦୁଝର ଓ ମୟୂରଭଞ୍ଜ କ୍ଲଷ୍ଟରରେ ରାଇକଳା, ସତିକୁଦର ଓ ଜାରକାଣୀଠାରେ ୩ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହାଦ୍ୱାରା ୪,୨୮୦ ହେକ୍ଟର ଶୁଷ୍କ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହ ଚାଷୀଙ୍କ ଉତ୍ପାଦନ ଓ ଆୟ ବୃଦ୍ଧିର ପଥ ସୁଗମ ହେବ।
Three major lift irrigation projects worth around ₹120 crore will provide irrigation to 4,280 hectares of farmland in Kendujhar and Mayurbhanj, boosting agricultural productivity and farmers’ income.
କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଚାଷୀଙ୍କ ଜମିକୁ ନିରବଚ୍ଛିନ୍ନ ଜଳସେଚନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଝୁମ୍ପୁରା ବ୍ଲକର ରାଇକଳାଠାରେ ୩ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ୱାରା ସମୁଦାୟ ୪,୨୮୦ ହେକ୍ଟର ଚାଷଜମିକୁ ଜଳ ଯୋଗାଣ ସମ୍ଭବ ହେବ ଏବଂ କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ସମେତ ମୟୂରଭଞ୍ଜ ଜିଲ୍ଲାର ଜାରକାଣୀ ଅଞ୍ଚଳର କୃଷକମାନେ ପ୍ରତ୍ୟକ୍ଷ ଭାବେ ଲାଭାନ୍ୱିତ ହେବେ।
ଗ୍ରାମାଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ଏବଂ ଲୋକଙ୍କ ନିକଟରେ ସୁବିଧାରେ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ରାଇକଳାଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ର ଏକ ନୂତନ ଶାଖାର ଶୁଭ ଉଦ୍ଘାଟନ କରିଛନ୍ତି।
ଏହି ନୂତନ ଶାଖା କାର୍ଯ୍ୟକ୍ଷମ ହେବା ଫଳରେ ରାଇକଳା ପଞ୍ଚାୟତ ସମେତ ଆଖପାଖ ଗ୍ରାମଗୁଡ଼ିକର କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଛୋଟ ବ୍ୟବସାୟୀ ତଥା ସାଧାରଣ ଜନତା ସହଜରେ ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସୁବିଧା ପାଇପାରିବେ।
ଗ୍ରାମାଞ୍ଚଳରେ ଉନ୍ନତ, ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଝୁମ୍ପୁରାଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଶୁଭ ଲୋକାର୍ପଣ କରିଛନ୍ତି।
ଆଧୁନିକ ଚିକିତ୍ସା ଉପକରଣ ଓ ଆନୁସଙ୍ଗିକ ଭିତ୍ତିଭୂମି ସହିତ ନିର୍ମିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଝୁମ୍ପୁରା ତଥା ଆଖପାଖ ଅଞ୍ଚଳର ସାଧାରଣ ଜନତାଙ୍କୁ ଉତ୍ତମ ପ୍ରାଥମିକ ଓ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।














