Narendra Modi Odia (@NaMoInOdia) header
Narendra Modi Odia (@NaMoInOdia) profile picture

Nation First

Odisha
Joined February 2024
Photo by Narendra Modi Odia (@NaMoInOdia)Photo by Narendra Modi Odia (@NaMoInOdia)Photo by Narendra Modi Odia (@NaMoInOdia)Photo by Narendra Modi Odia (@NaMoInOdia)Photo by Narendra Modi Odia (@NaMoInOdia)Photo by Narendra Modi Odia (@NaMoInOdia)Photo by Narendra Modi Odia (@NaMoInOdia)Photo by Narendra Modi Odia (@NaMoInOdia)Photo by Narendra Modi Odia (@NaMoInOdia)Photo by Narendra Modi Odia (@NaMoInOdia)
ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ କର୍ଣ୍ଣାଟକ- 4ଟି ବଡ଼ ରାଜ୍ୟର 28ଟି ଆସନରେ ଏମଏଲସି ନିର୍ବାଚନ ହେଉଛି। ବାଲାଟ୍ ପେପର ବ୍ୟବହାର କରି ନିର୍ବାଚନ ହେଉଛି। ଅନୁମାନ କରନ୍ତୁ କଂଗ୍ରେସ କେତୋଟି ଆସନ ଜିତିଥିବ? 🧐
27
23
3
163
4,564
ବର୍ତ୍ତମାନ ପ୍ରଧାନମନ୍ତ୍ରୀ @narendramodi ଙ୍କ #MannKiBaat ଓଡ଼ିଆରେ ତାଙ୍କ ସ୍ୱରରେ ଶୁଣନ୍ତୁ। ଏହାକୁ ଭୁଲନ୍ତୁ ନାହିଁ! (@SarvamAI ବ୍ୟବହାର କରି ଏଆଇ-ଜେନେରେଟେଡ ହୋଇଛି)
1
2
5
306
ନାଗପୁରରେ ଶତାବ୍ଦୀ ବର୍ଷ ଶ୍ରୀ ବିଜୟାଦଶମୀ ଉତ୍ସବ ଅବସରରେ ପରମ ପୂଜ୍ୟ ସରସଂଘଚାଳକ ଡ. ମୋହନ ଭାଗବତ ଜୀ ଏକ ଅତ୍ୟନ୍ତ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଛନ୍ତି। ସେ ଜାତୀୟ ପ୍ରଗତି, ସାମାଜିକ ଏକତା, ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଏବଂ ସମାଜର ଚରିତ୍ରକୁ ସୁଦୃଢ଼ କରିବା ଭଳି ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସେବା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧତା ଉପରେ ତାଙ୍କର ଗୁରୁତ୍ୱ ବିଶେଷ ଭାବରେ ଉଲ୍ଲେଖନୀୟ ଥିଲା ଯାହା ପ୍ରତ୍ୟେକ ଆରଏସଏସ ସ୍ୱୟଂସେବକଙ୍କ ପାଇଁ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଏହା ସହିତ, ସେ 'ପଞ୍ଚ ପରିବର୍ତ୍ତନ' ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଏଗୁଡ଼ିକ କିପରି ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଇପାରିବ, ସେ ସମ୍ପର୍କରେ ମଧ୍ୟ ବୁଝାଇଥିଲେ। @RSSorg @DrMohanBhagwat youtube.com/live/PcWgPtMVw_Q…
1
2
5
235
ଆଜି, ଆରଏସ୍‌ଏସ୍ ସ୍ଥାପନା ଦିବସର ବିଶେଷ ଅବସରରେ, ସମସ୍ତ ସ୍ୱୟଂସେବକଙ୍କୁ ମୋର ଶୁଭେଚ୍ଛା। ମୁଁ ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଦୀର୍ଘ ବର୍ଷ ଧରି ଆରଏସ୍‌ଏସ୍‌କୁ ପରିପୋଷିତ ଓ ବିକଶିତ କରିଛନ୍ତି। ଆରଏସଏସ ସେବା, ରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ସୌହାର୍ଦ୍ଦ୍ୟର ଏକ ଉଲ୍ଲେଖନୀୟ ଶତାବ୍ଦୀ ପୂରଣ କରିଛି । ଅଗଣିତ ସ୍ୱୟଂସେବକ ଗଭୀର କର୍ତ୍ତବ୍ୟ ଭାବନା ଏବଂ ରାଷ୍ଟ୍ର-ପ୍ରଥମ ଭାବନା ସହିତ ସମାଜ ପାଇଁ କାର୍ଯ୍ୟ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ଭାବନା ରାଷ୍ଟ୍ରୀୟ ବିକାଶକୁ ଆହୁରି ସୁଦୃଢ଼ କରୁ, ଏହା ହିଁ କାମନା। @RSSorg
1
4
147
କ୍ୟାପଟେନ୍ ସ୍ମିତ୍ ମଚ୍ଛାର ବିଶ୍ୱକୁ ସାହସର ସର୍ବୋଚ୍ଚ ରୂପ ଦେଖାଇଛନ୍ତି। ନିଜ ଜୀବନକୁ ଭୟ ନକରି, ସେ ସାହସର ସହିତ ଲଢ଼ିଥିଲେ ଏବଂ 9/11 ଭଳି ଆଉ ଏକ ଆକ୍ରମଣକୁ ରୋକିଥିଲେ। 140 କୋଟି ଭାରତୀୟ କ୍ୟାପଟେନ୍ ସ୍ମିତଙ୍କୁ ସଲାମ କରୁଛନ୍ତି ଏବଂ ତାଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛନ୍ତି।
1
1
4
225
କ୍ୟାପଟେନ୍ ସ୍ମିତ ମଚ୍ଛାର ଜଣେ ହିରୋ। ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେବା ଏବଂ ଗୁରୁତର ଆହତ ହେବା ସତ୍ତ୍ୱେ, ସେ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ଅସୀମ ସାହସ ଏବଂ ଅଦମ୍ୟ ସଂକଳ୍ପ ପ୍ରଦର୍ଶନ କରିଥିଲେ। ତାଙ୍କର ସାହସିକତା ଶହ ଶହ ଜୀବନ ବଞ୍ଚାଇଥିଲା ଏବଂ ଏକ ବଡ଼ ଦୁଃଖଦ ଘଟଣା ଏଡାଇ ଦେଇଥିଲା। କ୍ୟାପଟେନ୍ ମଚ୍ଛାରଙ୍କ ପାଇଁ ଭାରତ ଗର୍ବିତ । ତାଙ୍କର ଶୀଘ୍ର ଆରୋଗ୍ୟ, ନୂତନ ଶକ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।
2
152
ବର୍ତ୍ତମାନ ପ୍ରଧାନମନ୍ତ୍ରୀ @narendramodi ଙ୍କ #MannKiBaat ଓଡ଼ିଆରେ ତାଙ୍କ ସ୍ୱରରେ ଶୁଣନ୍ତୁ। ଏହାକୁ ଭୁଲନ୍ତୁ ନାହିଁ! (@SarvamAI ବ୍ୟବହାର କରି ଏଆଇ-ଜେନେରେଟେଡ ହୋଇଛି)
3
147
ଆଠ ବର୍ଷ ପୂର୍ବେ, ପ୍ରତ୍ୟେକ ଭାରତୀୟଙ୍କୁ ଉନ୍ନତମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ନେଇ 'ଆୟୁଷ୍ମାନ ଭାରତ' ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଆଜି 60 କୋଟିରୁ ଅଧିକ ହିତାଧିକାରୀ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଉଛନ୍ତି, ଯାହାଦ୍ୱାରା ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସେବା ଯୋଜନା ହୋଇପାରିଛି । ଏହା ଚିକିତ୍ସା ଖର୍ଚ୍ଚରେ ରେକର୍ଡ ସଞ୍ଚୟ କରିବାରେ ସକ୍ଷମ ହୋଇଛି, ଯାହାଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀ ଉପକୃତ ହୋଇଛନ୍ତି । ଏହା ସହିତ ସ୍ୱାସ୍ଥ୍ୟସେବା ବର୍ତ୍ତମାନ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚୁଛି। 'ଆୟୁଷ୍ମାନ ଆରୋଗ୍ୟ ମନ୍ଦିର'ଗୁଡ଼ିକରେ 500 କୋଟିରୁ ଅଧିକ ଥର ସେବା ଗ୍ରହଣ କରାଯାଇସାରିଛି, ଯାହା ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ ​​କରିଛି। ସମସ୍ତ 'ଆୟୁଷ୍ମାନ ଭାରତ' ହିତାଧିକାରୀଙ୍କୁ ମୋର ଶୁଭେଚ୍ଛା । #8YearsOfAyushmanBharat
“All is well." Three words we turn to when life gets tough. But what happens when those words meet a healthcare system built to deliver? 8 years of Ayushman Bharat, the world’s largest health protection scheme, have helped millions of Indian families access quality healthcare without letting treatment costs stand in the way. Here’s a quick look at the progress. #8YearsOfAyushmanBharat
3
164
ସମସ୍ତ ଉଲ୍ଲେଖନୀୟ ଇଞ୍ଜିନିୟରଙ୍କୁ #EngineersDay ର ଶୁଭେଚ୍ଛା, ଯେଉଁମାନେ ଏକ ଉତ୍ତମ ଆସନ୍ତାକାଲି ପାଇଁ ନିର୍ମାଣ, ନବସୃଜନ ଏବଂ ସମାଧାନ ପ୍ରଦାନ କରନ୍ତି। ସାର୍ ଏମ. ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି, ଯାହାଙ୍କ ଇଞ୍ଜିନିୟରିଂ ପ୍ରତିଭା ଏବଂ ରାଷ୍ଟ୍ର ନିର୍ମାଣ ଦୃଷ୍ଟିକୋଣ ପ୍ରେରଣା ଦେଇ ଆସୁଛି।
2
149
ଆର୍ଥିକ ବର୍ଷ 2026-27 ର ପ୍ରଥମ ତ୍ରୈମାସରେ ଭାରତର ପ୍ରଭାବଶାଳୀ 7.8% ଜିଡିପି ଅଭିବୃଦ୍ଧି ଏକ ପ୍ରମୁଖ ସଫଳତା। ବୈଶ୍ୱିକ ଅନିଶ୍ଚିତତା, ତୈଳ ମୂଲ୍ୟରେ ଅସ୍ଥିରତା ଏବଂ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ସତ୍ତ୍ବେ ଆମ ଦେଶବାସୀଙ୍କ ମିଳିତ ଶକ୍ତି ଯୋଗୁଁ ଭାରତ ଏଭଳି ଅଭିବୃଦ୍ଧି ହାସଲ କରିପାରିଛି । ବିନାଶକାରୀମାନେ ଧ୍ୱଂସ ପାଇଲେ ଏବଂ ଭାରତ ପ୍ରସ୍ଫୁଟିତ ହେଲା ... ପୁଣି ଥରେ !
2
3
214
ବର୍ତ୍ତମାନ ପ୍ରଧାନମନ୍ତ୍ରୀ @narendramodi ଙ୍କ #MannKiBaat ଓଡ଼ିଆରେ ତାଙ୍କ ସ୍ୱରରେ ଶୁଣନ୍ତୁ। ଏହାକୁ ଭୁଲନ୍ତୁ ନାହିଁ! (@SarvamAI ବ୍ୟବହାର କରି ଏଆଇ-ଜେନେରେଟେଡ ହୋଇଛି)
4
3
5
256
ଦଶନ୍ଧି ପୂର୍ବରୁ, ୟୁପିଆଇ ଆରମ୍ଭ ହୋଇଥିଲା, ଯାହା ଭାରତର ଡିଜିଟାଲ୍ ପେମେଣ୍ଟ ଯାତ୍ରାରେ ଏକ ପ୍ରମୁଖ ମୋଡ଼ ନେଇଥିଲା । ୟୁପିଆଇର ବ୍ୟାପକତା ଏବଂ ପହଞ୍ଚ ହେଉଛି ଏପରି ଏକ ଜିନିଷ ଯାହା ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଆବଶ୍ୟକ । ଆପଣଙ୍କ ୟୁପିଆଇ ଅଭିଜ୍ଞତା ଏବଂ ଏହା ଆପଣଙ୍କ ଜୀବନକୁ କିପରି ପ୍ରଭାବିତ କରିଛି ସେ ବିଷୟରେ ମୋତେ କୁହନ୍ତୁ ... #10YearsOfUPI
2
6
335
ସ୍ୱାଧୀନତା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଆମେ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କୁ କୃତଜ୍ଞତାର ସହ ସ୍ମରଣ କରୁଛୁ ଯେଉଁମାନଙ୍କର ସାହସ, ବଳିଦାନ ଏବଂ ଅଦମ୍ୟ ପ୍ରତିବଦ୍ଧତା ଉପନିବେଶବାଦ ଶାସନର ଅନ୍ତ ନିଶ୍ଚିତ କରିଥିଲା । ଏକ 'ବିକଶିତ ଭାରତ' ଗଠନ ପାଇଁ ଆମେ ଏକାଠି କାମ କରିବା ସମୟରେ ସେମାନଙ୍କର ସ୍ୱପ୍ନ ଆମକୁ ପ୍ରେରଣା ଦେଇ ଚାଲିଛି। 140 କୋଟି ଭାରତୀୟଙ୍କ ଦ୍ୱାରା ଶକ୍ତି ପ୍ରାପ୍ତ ହୋଇ ଆମ ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତିର ନୂତନ ଶିଖର ଆରୋହଣ କରୁଛି । ଆଗାମୀ ସମୟରେ ଏହି ଯାତ୍ରା ଆହୁରି ଦ୍ରୁତ ଗତିରେ ଜାରି ରହୁ।
2
2
6
212
ଆଜି ଆମେ #PartitionHorrorsRemembranceDay ପାଳନ କରୁଛୁ । ବିଭାଜନ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତଙ୍କ ସାହସକୁ ଆମେ ମନେ ପକାଉଛୁ । ଏହା ଇତିହାସର ଏକ ମୁହୂର୍ତ୍ତ ଥିଲା ଯାହା ଅନେକ ଜୀବନକୁ ଛିନ୍ନଭିନ୍ନ କରିଦେଇଥିଲା ... ପରିବାରଗୁଡ଼ିକ ଉଜୁଡ଼ି ଯାଇଥିଲା, ପ୍ରିୟଜନଙ୍କୁ ହରାଇଥିଲେ ଏବଂ ଅପାର ଦୁଃଖ ସହ୍ୟ କରିଥିଲେ। ସେହି ସମୟରେ, ଏହାକୁ ଅତିକ୍ରମ କରି, ଲୋକମାନେ ନିଜ ଜୀବନକୁ ମୂଳରୁ ପୁନଃନିର୍ମାଣ କରିଥିଲେ, କଷ୍ଟକୁ ସଫଳତାରେ ପରିଣତ କରିଥିଲେ ଏବଂ ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ସେମାନଙ୍କ ଜୀବନ ଯାତ୍ରା ଆମକୁ ମାନବୀୟ ଭାବନାର ଶକ୍ତିକୁ ମନେ ପକାଇ ଦେଇଥାଏ। ଏହି ଦିବସ ଆମ ଦେଶରେ ସୌହାର୍ଦ୍ଦ୍ୟ ଏବଂ ଭାଇଚାରାକୁ ବଜାୟ ରଖିବା ଏବଂ ସାମୂହିକ ଭାବରେ ଏକ ବିକଶିତ ଭାରତ ର୍ନିମାଣ ଦିଗରେ କାର୍ଯ୍ୟ କରିବା ପାଇଁ ଆମର ସଂକଳ୍ପକୁ ଆହୁରି ଗଭୀର କରୁ ।
1
4
236
ଆଜି, ଜାତୀୟ ହସ୍ତତନ୍ତ ଦିବସରେ, ଆମେ ଭାରତର ସମୃଦ୍ଧ ଏବଂ ଜୀବନ୍ତ ହସ୍ତତନ୍ତ ଐତିହ୍ୟକୁ ପାଳନ କରୁଛୁ । ଆମେ ଆମର ବୁଣାକାର ଏବଂ କାରିଗରମାନଙ୍କର କୌଶଳ, ସୃଜନଶୀଳତା ଏବଂ ସମର୍ପଣକୁ ମଧ୍ୟ ପ୍ରଣାମ କରୁଛୁ । ପିଢ଼ି ପରେ ପିଢ଼ି ଧରି ସେମାନେ ଆମର ପରମ୍ପରାକୁ ସଂରକ୍ଷିତ ଏବଂ ସମୃଦ୍ଧ କରିଆସିଛନ୍ତି । ଆମ ସରକାର ହସ୍ତତନ୍ତ କ୍ଷେତ୍ରକୁ ସମର୍ଥନ ଜାରି ରଖିବେ, ଯାହା ଗ୍ରାମୀଣ ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ । #NationalHandloomDay ବ୍ୟବହାର କରି ଆପଣଙ୍କର ପ୍ରିୟ ହସ୍ତତନ୍ତ ଉତ୍ପାଦ ଏବଂ ଜିଆରଡବ୍ଲ୍ୟୁଏମ୍ ଭିଡିଓ ସେୟାର କରନ୍ତୁ, ଯାହା ଏହି କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ଉତ୍ସାହିତ କରିବ ।
2
4
184
ସାତ ବର୍ଷ ପୂର୍ବେ, ଆଜିର ଦିନରେ ଧାରା 370 ଏବଂ 35(ଏ) ଇତିହାସ ପାଲଟିଥିଲା, ଯାହା ଜମ୍ମୁ-କଶ୍ମୀର ସହିତ ଲଦାଖର ଯାତ୍ରାରେ ଏକ ନିର୍ଣ୍ଣାୟକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । ସେବେଠାରୁ ,ଜମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଭିତ୍ତିଭୂମି ସମ୍ପ୍ରସାରିତ ହୋଇଛି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଉଦ୍ୟୋଗ ଏବଂ କ୍ରୀଡା ଭଳି କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇଛି । ମହିଳା ହୁଅନ୍ତୁ କିମ୍ବା ଅବହେଳିତ ସମ୍ପ୍ରଦାୟ, ଯେଉଁମାନେ ଦଶନ୍ଧି ଧରି ସେମାନଙ୍କର ମୌଳିକ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଥିଲେ ସେମାନେ ଭାରତୀୟ ସମ୍ବିଧାନର ପୂର୍ଣ୍ଣ ପ୍ରୟୋଗ ଯୋଗୁଁ ସଶକ୍ତ ହୋଇଛନ୍ତି । ଚଳିତ ବର୍ଷ ଅଗଷ୍ଟ 5 ତାରିଖ ଆହୁରି ଅଧିକ ଗୁରୁତ୍ୱ ବହନ କରେ କାରଣ ଏହି ବର୍ଷ ଆମ ଦେଶ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମ ବାର୍ଷିକୀ ପାଳନ କରୁଛି । ଜାତୀୟ ଏକତା ପ୍ରତି ତାଙ୍କର ଆଜୀବନ ପ୍ରତିବଦ୍ଧତା ପିଢି ପରେ ପିଢିକୁ ପ୍ରେରଣା ଯୋଗାଇବ । ଦଶନ୍ଧି ଦଶନ୍ଧି ପୂର୍ବରୁ ସେ ଯାହା କଳ୍ପନା କରିଥିଲେ ତାହା 5 ଅଗଷ୍ଟ 2019 ରେ ଐତିହାସିକ ଭାବରେ ସାକାର ହୋଇଥିଲା । ଜମ୍ମୁ-କାଶ୍ମୀର ଏବଂ ଲଦାଖର ପ୍ରଗତି ପାଇଁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ଏବଂ ପ୍ରତ୍ୟେକ ନାଗରିକଙ୍କୁ ବଡ଼ ସ୍ୱପ୍ନ ଦେଖିବା, ହାସଲ କରିବା ଏବଂ ବିକଶିତ ଭାରତ ନିର୍ମାଣରେ ଯୋଗଦାନ କରିବାର ସୁଯୋଗ ପାଇବାକୁ ସୁନିଶ୍ଚିତ କରୁଛୁ । #Article370Abrogation
1
2
9
211
ବର୍ତ୍ତମାନ ପ୍ରଧାନମନ୍ତ୍ରୀ @narendramodi ଙ୍କ #MannKiBaat ଓଡ଼ିଆରେ ତାଙ୍କ ସ୍ୱରରେ ଶୁଣନ୍ତୁ। ଏହାକୁ ଭୁଲନ୍ତୁ ନାହିଁ! (@SarvamAI ବ୍ୟବହାର କରି ଏଆଇ-ଜେନେରେଟେଡ ହୋଇଛି)
1
3
8
240
ଆମ ଯୁବପିଢ଼ିଙ୍କ କଲ୍ୟାଣ ଏବଂ ଭବିଷ୍ୟତଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ! ପେପର ଲିକ୍ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତ୍ୱରିତ ଏବଂ କଠୋର ଦଣ୍ଡ ଦେବା ପାଇଁ ଆମେ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଏ ସମ୍ପର୍କରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ଏହା ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆମର ପଦକ୍ଷେପର କ୍ରମ ଜାରି ରଖିଛି। ଯେଉଁମାନେ ଆମ ଯୁବପିଢ଼ିଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଛଡ଼ାଯିବ ନାହିଁ ।
1
1
4
380
ସ୍କାଏରୁଟ ଏରୋସ୍ପେସ ଟିମ ସହ କଥା ହେଲି ଏବଂ ବିକ୍ରମ-1 ର ସଫଳ ଉତକ୍ଷେପଣ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଲି । ଏହା ଭାରତର ମହାକାଶ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ଆମର ଘରୋଇ କ୍ଷେତ୍ରର ବୃଦ୍ଧି ପାଉଥିବା ଅଂଶଗ୍ରହଣ ନୂତନ ରାସ୍ତା ଖୋଲିବାରେ ଲାଗିଛି ଏବଂ ନବସୃଜନକୁ ତ୍ୱରାନ୍ୱିତ କରୁଛି। ଏହି ସଫଳତା ଅଗଣିତ ଯୁବାଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ନିର୍ଭୀକ ଭାବରେ ଉଦ୍ଭାବନ କରିବାକୁ ଉତ୍ସାହିତ କରିବ। @SkyrootA
1
8
474
ଭାରତର ମହାକାଶ ଯାତ୍ରା ପାଇଁ ଏକ ଐତିହାସିକ ନୂତନ ମାଇଲଖୁଣ୍ଟ! ଆଜି ପୂର୍ବାହ୍ନ 11:30 ରେ, ସ୍କାଏରୁଟ୍ ଏରୋସ୍ପେସ୍ ଭାରତର ପ୍ରଥମ ଘରୋଇ ଭାବରେ ବିକଶିତ ପ୍ରକ୍ଷେପଣ ଯାନ, ବିକ୍ରମ-1 ର ପ୍ରଥମ କକ୍ଷପଥ ଉତକ୍ଷେପଣ କରିବ। ଏହି ଚାରି ପର୍ଯ୍ୟାୟ ବିଶିଷ୍ଟ ରକେଟ୍ ଦ୍ରୁତ ଏବଂ ଚାହିଦା ଅନୁଯାୟୀ ଉତକ୍ଷେପଣ ସେବା ଯୋଗାଇବା ପାଇଁ ଡିଜାଇନ୍ କରାଯାଇଛି । ଏହି ମିଶନ ଆମ ଯୁବପିଢ଼ିଙ୍କ ପ୍ରତିଭା, ନିଷ୍ଠା ଏବଂ ଉଦ୍ୟୋଗୀ ମନୋଭାବକୁ ଆଲୋକିତ କରେ । ଏହା ମଧ୍ୟ ଦର୍ଶାଉଛି ଯେ ଆମର ମହାକାଶ କ୍ଷେତ୍ରରେ ସଂସ୍କାର କିପରି ନବସୃଜନ ଏବଂ ଉଦ୍ୟୋଗ ପାଇଁ ନୂତନ ସୁଯୋଗର ଦ୍ୱାର ଉନ୍ମୁକ୍ତ କରୁଛି । ସଫଳ ଉତକ୍ଷେପଣ ପାଇଁ ସମଗ୍ର ସ୍କାଏରୁଟ ଏରୋସ୍ପେସ ଦଳକୁ ମୋର ଶୁଭକାମନା। ବିକ୍ରମ-1 ଉଚ୍ଚ ଉଡ଼ାଣ କରୁ, ଇତିହାସ ସୃଷ୍ଟି କରୁ ଏବଂ ନୂତନ ପିଢ଼ିର ଉଦ୍ଭାବକଙ୍କୁ ପ୍ରେରଣା ଦେଉ। ମୁଁ ସମସ୍ତ ଭାରତୀୟଙ୍କୁ, ବିଶେଷ କରି ମୋର ଯୁବ ସାଥୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହି ଐତିହାସିକ ଅଭିଯାନକୁ ଅନୁସରଣ କରନ୍ତୁ ଏବଂ #IndiaWithVikram1 ବ୍ୟବହାର କରି ସ୍କାଏରୁଟ ଟିମର ସଫଳତା କାମନା କରନ୍ତୁ । @SkyrootA
1
1
301