Odisha Fire & Emergency Services (@OdishaFS) header
Odisha Fire & Emergency Services (@OdishaFS) profile picture
Odisha, Cuttack
Joined June 2020
Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)Photo by Odisha Fire & Emergency Services (@OdishaFS)
Join us in appreciating the work of firefighters of Chandrasekhar Pur Fire Station by like, share and comments. Jai Hind, Bande Utkala Janani. #FireAndEmergencyServices #OdishaFireService #RescueOperation
158
ବାଲେଶ୍ୱର ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ 📍 ଗୁଡ଼ିପଦା, ବାଲେଶ୍ୱର ବାଲେଶ୍ୱର ଗୁଡ଼ିପଦାଠାରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବା ସୂଚନା ପାଇ ବାଲେଶ୍ୱର ଅଗ୍ନିଶମ କେନ୍ଦ୍ରର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।
1
97
ଟ୍ରାନ୍ସଫର୍ମରରୁ ତେଲ ଝରି ତଳେ ଜମି ରହିଥିବା ବେଳେ ଆତସବାଜିର ନିଆଁ ସଂସ୍ପର୍ଶରେ ଆସି ତାହା ଜଳିବା ସହ ନିଆଁ ବ୍ୟାପିବା ଆରମ୍ଭ କରିଥିଲା। ଅଗ୍ନିଶମ କର୍ମଚାରୀମାନେ ଫୋମ୍ କମ୍ପାଉଣ୍ଡ ଓ ପାଣି ବ୍ୟବହାର କରି ତତ୍ପରତାର ସହ ନିଆଁକୁ ସଫଳତାର ସହ ଆୟତ୍ତ କରିଥିଲେ ।
1
21
ଦୀପାବଳିର ଆଲୋକ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ପର୍ବର ଆନନ୍ଦକୁ ଦ୍ୱିଗୁଣିତ କରିବା ପାଇଁ କିଛି ସୁରକ୍ଷା ନିୟମ ପାଳନ କରନ୍ତୁ। 🔸ଖୋଲା ଓ ନିରାପଦ ସ୍ଥାନରେ ବାଣ ଫୁଟାନ୍ତୁ। 🔸ବାଣ ଫୁଟାଇବା ସମୟରେ ନିରାପଦ ଦୂରତା ବଜାୟ ରଖନ୍ତୁ। 🔸ଛୋଟ ପିଲାମାନଙ୍କୁ ବଡ଼ମାନଙ୍କ ତତ୍ତ୍ୱାବଧାନରେ ବାଣ ଫୁଟାଇବାକୁ ଦିଅନ୍ତୁ
1
2
131
🔸ଜ୍ୱଳନଶୀଳ ସାମଗ୍ରୀ ଓ ଘର ନିକଟରେ ବାଣ ଫୁଟାନ୍ତୁ ନାହିଁ। 🔸ପାଖରେ ପାଣି କିମ୍ବା ବାଲି ରଖନ୍ତୁ ଏବଂ ଜଳିଯାଇଥିବା ବାଣକୁ ପୁନର୍ବାର ଜଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। 🔸ଦୀପ ଓ ମହମବତୀକୁ ପରଦା, କାଗଜ ଓ ଅନ୍ୟ ଜ୍ୱଳନଶୀଳ ସାମଗ୍ରୀଠାରୁ ଦୂରରେ ରଖନ୍ତୁ।
1
32
ଆଲୋକର ପର୍ବ ଦୀପାବଳି ହେଉ ସୁରକ୍ଷିତ ଓ ଆନନ୍ଦମୟ। ବାଣ ଫୁଟାଇବା ସମୟରେ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ, ପିଲାମାନଙ୍କ ପ୍ରତି ସତର୍କ ରୁହନ୍ତୁ ଏବଂ ଅଗ୍ନି ସୁରକ୍ଷା ନିୟମ ପାଳନ କରନ୍ତୁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ୧୧୨ ନମ୍ବରରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା।
1
175
ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। #SafeDiwali #FireSafety #OdishaFireService #Diwali2026
41
The joint search and rescue operation continues following the Gidipabali landslide. A team of 30 personnel from Odisha Fire & Emergency Service, alongside ODRAF, continues the search operation at the site. #OdishaFireService #Gidipabali #SearchAndRescue #EmergencyResponse
2
143
କଟକ ଜିଲ୍ଲା ଅଡ଼ସପୁର ବସ୍‌ଷ୍ଟାଣ୍ଡରେ ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିବା ଖବର ପାଇ ଅଡ଼ସପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳି ନାହିଁ। #OdishaFireService #RescueOperation
1
185
ବନ୍ୟା ପରେ ସଫେଇ କାର୍ଯ୍ୟରେ ଆଗେଇ ଆସିଲେ ଅଗ୍ନିଯୋଦ୍ଧା 📍 ଥାନା ଓ ତହସିଲ କାର୍ଯ୍ୟାଳୟ , ଆସିକା ବନ୍ୟା ଚାଲିଯାଇଛି, କିନ୍ତୁ ଛାଡ଼ିଯାଇଛି ଅନେକ କ୍ଷୟକ୍ଷତି ଓ ଦୁର୍ଦ୍ଦଶା। ବନ୍ୟା ପରବର୍ତ୍ତୀ ପରିବେଶରେ ଜନସାଧାରଣ ଓ କର୍ମଚାରୀମାନଙ୍କୁ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।
1
1
234
ଏଭଳି ପରିସ୍ଥିତିରେ ସରକାରୀ ସେବାକୁ ପୁଣି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଆଗେଇ ଆସିଥିଲେ ଆସିକା ଅଗ୍ନିଶମ କେନ୍ଦ୍ରର ଅଗ୍ନିଯୋଦ୍ଧାମାନେ। ଆସିକା ଥାନା ଓ ତହସିଲ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟ କରି ବନ୍ୟା ପରବର୍ତ୍ତୀ ପରିବେଶକୁ ପରିଷ୍କାର କରିବା ସହ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସେବା ପୁନଃ ସ୍ୱାଭାବିକ କରିବାରେ ସହଯୋଗ କରିଛନ୍ତି ।
25
ରାତିସାରା ଅକ୍ଲାନ୍ତ ପରିଶ୍ରମକରି ରାସ୍ତାସଫା କଲେ ଅଗ୍ନିଯୋଦ୍ଧା । 📍ଆସିକା, କୁମ୍ଭାର ସାହିଠାରୁ ବିନାୟକ ବଜାର ବ୍ରିଜ୍ ପର୍ଯ୍ୟନ୍ତ ବନ୍ୟା ପରେ ଆସିକା ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା ।
1
5
287
ଏହାର ସମାଧାନ ସ୍ୱରୂପ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଅଗ୍ନିଯୋଦ୍ଧାମାନେ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ରାତିରେ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ଦୀର୍ଘ ୫ ଘଣ୍ଟାର ନିରନ୍ତର ପରିଶ୍ରମ କରି ସକାଳ ହେବାପୂର୍ବରୁ ଯାତାୟାତ ବ୍ୟବସ୍ଥାକୁ ପୁନର୍ବାର ସ୍ୱାଭାବିକ କରିବାରେ ସଫଳ ହୋଇଛନ୍ତି ।
1
22
ODISHA FIRE & EMERGENCY SERVICE | MONTHLY SUMMARY – OCTOBER 2026 Every call is a responsibility. Every response is an effort to protect lives, safeguard property and serve people.
1
1
3
159
During October 2026, Odisha Fire & Emergency Service responded to 3,419 emergency calls, addressing incidents ranging from fires and road accidents to drowning emergencies, animal rescues and other special services.
1
26
ଖୁସିର ଏହି ପର୍ବରେ ସାମାନ୍ୟ ଅସାବଧାନତା ଯେପରି ଆପଣଙ୍କ ଆନନ୍ଦକୁ ଫିକା ନକରେ । ଖୋଲା ସ୍ଥାନରେ ବାଣ ଫୁଟାନ୍ତୁ, ସୁରକ୍ଷିତ ଦୂରତା ରଖନ୍ତୁ ଏବଂ ଅଗ୍ନି ନିରାପତ୍ତା ନିୟମ ମାନନ୍ତୁ । ସ୍ମାର୍ଟ ହୁଅନ୍ତୁ, ସତର୍କ ରୁହନ୍ତୁ । ସୁରକ୍ଷିତ ଦୀପାବଳି ପାଳନ କରନ୍ତୁ । #SafeDiwali #SurakshitaOdisha #OdishaFireService #FireSafety
1
184
Chandrasekharpur Fire Station responded to a fire incident at Flamingo Bar & Restaurant, Patia, under Infocity Police Station. Upon receiving the call at 1:14 AM, the fire team promptly proceeded to the spot and reached the location at 1:25 AM.
1
262
A team of 11 fire personnel, led by SO Biplab Kumar Jena, carried out firefighting operations using two water bowsers, one MFE, a foam extinguisher, Surface BA Set, hydraulic bolt cutter and hand-controlled branch.
1
42
ବନ୍ୟା ପରେ ଡାକ୍ତରଖାନାର ସଫେଇ କାର୍ଯ୍ୟରେ ଅଗ୍ନିଶମ ବାହିନୀ 📍 ଆଡ଼ପଡ଼ା ମେଡିକାଲ,ସାନଖେମୁଣ୍ଡି, ଗଞ୍ଜାମ ବନ୍ୟା ପରେ ସାନଖେମୁଣ୍ଡି, ଆଡ଼ପଡ଼ା ମେଡିକାଲ ପରିସରରେ ସଫେଇର ଆବଶ୍ୟକତା ଦେଖାଦେଇଥିଲା। ରୋଗୀଙ୍କ ଚିକିତ୍ସା ସ୍ୱାଭାବିକ କରିବାପାଇଁ ସାନଖେମୁଣ୍ଡି ଅଗ୍ନିଶମ କେନ୍ଦ୍ରର ଏକ ଟିମ୍ ସଫେଇ କରିଥିଲେ।
1
167
ନିଜର ନିୟମିତ କର୍ତ୍ତବ୍ୟ ପରିସରରୁ ଆଗକୁ ବଢ଼ି, ଅଗ୍ନିଯୋଦ୍ଧାମାନେ ମେଡିକାଲ ପରିସର ସଫା କରିବା ସହ ରୋଗୀଙ୍କ ପାଇଁ ଏକ ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶ ଫେରାଇ ଆଣିବାରେ ସହଯୋଗ କରିଥିଲେ।
1
1
1
98
ବନ୍ୟା ପରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାଭାବିକ କରିବା କାର୍ଯ୍ୟରେ ଅଗ୍ନିଶମ ବାହିନୀ 📍 ଜାହାଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC), ଗଞ୍ଜାମ ବନ୍ୟା ପରେ ଜାହାଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କାଦୁଅ ଓ ଆବର୍ଜନା ଜମି ରହିଥିଲା ।
1
1
347
ଏହା ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିଲା । ନିଜର ନିୟମିତ କର୍ତ୍ତବ୍ୟ ପରିସରରୁ ବାହାରି, ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ କରିବା ପାଇଁ ଧରାକୋଟ ଅଗ୍ନିଶମ କେନ୍ଦ୍ରର ଏକ ଟିମ୍ ସଫେଇ କାର୍ଯ୍ୟରେ ହାତ ବଢ଼ାଇଥିଲେ ।
1
28