ଜରୁରୀ ସମୟରେ ଅମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରୁଥିବା ସମସ୍ତ ମହାନ ରକ୍ତଦାତାଙ୍କୁ ସାଧୁବାଦ।
#BloodDonation #SaveLives
1
37
ମାନବସେବା ସହ ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟରେ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଏବଂ ଜୁନିଅର ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା କଟକ ବାଲିଯାତ୍ରା ପଡ଼ିଆରେ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
1
4
75
ପ୍ରାଥମିକ ସେବା ଶିବିର ସମେତ ବିଭିନ୍ନ ପ୍ରଦର୍ଶନୀ ମଣ୍ଡପ ଏବଂ ଯାତ୍ରା ପଡ଼ିଆର ପରିସରକୁ ସ୍ୱେଚ୍ଛାସେବୀମାନେ ସଫା କରିଥିଲେ। ଆବର୍ଜନା ସଂଗ୍ରହ କରି ଡଷ୍ଟବିନ୍ରେ ପକାଇବା ସହ ସାଧାରଣ ଜନତାଙ୍କୁ ପଡ଼ିଆ ପରିଷ୍କାର ରଖିବା ପାଇଁ ସଚେତନ କରାଯାଇଥିଲା।
#OdishaRedCross #BaliJatra2026 #SwachhataAbhiyan
1
11
କଟକ ବାଲିଯାତ୍ରାରେ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇ ମେଳା ବୁଲିବାକୁ ଆସୁଥିବା ଦର୍ଶକଙ୍କ ମଧ୍ୟରୁ ଆହତ ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି।
1
3
75
ଏହି ଅବସରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି।
#OdishaRedCross #CuttackBaliJatra
1
14
ଐତିହାସିକ ବାଲିଯାତ୍ରା ପଡ଼ିଆକୁ ପରିଷ୍କାର ଓ ସୁସ୍ଥ ରଖିବା ଲକ୍ଷ୍ୟରେ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। ସ୍ୱେଚ୍ଛାସେବୀମାନେ ମେଳା ପଡ଼ିଆ ଓ ଆଖପାଖ ଅଞ୍ଚଳରୁ ଆବର୍ଜନା ସଂଗ୍ରହ କରି ଡଷ୍ଟବିନ୍ରେ ପକାଇବା ସହ ପରିବେଶ ପରିମଳକୁ ଗୁରୁତ୍ୱ ଦିଆଯାଇଛି।
1
65
ବାଲିଯାତ୍ରା ଆମ ଗୌରବ ଓ ସଂସ୍କୃତିର ପ୍ରତୀକ। ଏହି ଐତିହାସିକ ପଡ଼ିଆକୁ ପରିଷ୍କାର ଓ ପ୍ରଦୂଷଣମୁକ୍ତ ରଖିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଆସନ୍ତୁ, ମେଳା ପଡ଼ିଆକୁ ସଫା ରଖିବା ସହ ଏକ ସୁସ୍ଥ ପରିବେଶ ଗଢ଼ିବାରେ ସହଯୋଗ କରିବା।
#OdishaRedCross #CleanlinessDrive
28
ଐତିହ୍ୟ ଓ ଜନସମାଗମର ମହାପର୍ବ କଟକ ବାଲିଯାତ୍ରାରେ ମାନବସେବାର ଅନନ୍ୟ ଉଦାହରଣ ସୃଷ୍ଟି କରୁଛି ଭାରତୀୟ ରେଡ୍କ୍ରସ୍ ସୋସାଇଟି, ଓଡ଼ିଶା ଶାଖା।
ବାଲିଯାତ୍ରାକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ଜରୁରୀକାଳୀନ ସହାୟତା ସେବା ଯୋଗାଇ ଦିଆଯାଉଛି।
#OdishaRedCross #BaliJatra #HumanityFirst
1
3
98
ଥାଲାସେମିଆ ପୀଡ଼ିତ ଶିଶୁଙ୍କ ପାଇଁ ରକ୍ତ କେବଳ ଔଷଧ ବା ଚିକିତ୍ସାର ଆବଶ୍ୟକତା ନୁହେଁ, ବରଂ ଏହା ସେମାନଙ୍କ ବଞ୍ଚିବାର ଆଶା ଏବଂ ସ୍ୱପ୍ନ ଦେଖିବାର ଏକ ସୁଯୋଗ। ଆସନ୍ତୁ, ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ଏବଂ ଏହି ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା।
#OdishaRedCross #BloodDonation
53
ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାରେ ଭାରତୀୟ ରେଡ୍କ୍ରସ୍ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇ ଦିଆଯାଉଛି।
ରକ୍ତଦାନ ଠାରୁ ଆରମ୍ଭ କରି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ, ଜନସାଧାରଣଙ୍କ ସହାୟତା ପାଇଁ ବିଭିନ୍ନ ସେବା ବ୍ୟବସ୍ଥା କରାଯାଇଛି।
#OdishaRedCross #BaliJatra #RedCrossService
2
83
ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ!
ଦ୍ରୁତ ଗତିରେ ଗାଡ଼ି ଚଲାନ୍ତୁ ନାହିଁ। ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ସୁରକ୍ଷା ଦିଅନ୍ତୁ।
#RoadSafety #DriveSafe #RoadSafetyAwareness
45
ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଯେତିକି ମହାନ କାର୍ଯ୍ୟ, ରକ୍ତଦାନ ପରେ ନିଜ ଶରୀରକୁ ସୁସ୍ଥ ଓ ସତେଜ ରଖିବା ମଧ୍ୟ ସେତିକି ଆବଶ୍ୟକ।
ରକ୍ତଦାନ ପରେ ଏହିସବୁ କଥା ନିଶ୍ଚିତ ଭାବେ ଧ୍ୟାନରେ ରଖନ୍ତୁ।
#BloodDonationAwarene #PostDonationCare #OdishaRedCross
1
65
ଆମ ଶିରାରେ ହିଁ ରହିଛି ଜୀବନ ବଞ୍ଚାଇବାର ମହାଶକ୍ତି, ଯାହାର ସଦୁପଯୋଗ କରି ଆମେ କାହାର ଅମୂଲ୍ୟ ଜୀବନରେ ନୂତନ ଆଶା ଓ ଆଲୋକ ଭରିପାରିବା। ଆସନ୍ତୁ, ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ନିଜର ଯୋଗଦାନ ଦେବା।
#BloodDonation #SaveLives #OdishaRedCross
46
ବିପତ୍ତି ସମୟରେ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହେବା ଏବଂ ସେମାନଙ୍କ ଜୀବନ ରକ୍ଷା କରିବା ହିଁ ପ୍ରକୃତ ମାନବସେବା। ଓଡ଼ିଶା ରେଡକ୍ରସ୍ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ଓ ଜନସେବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।
#OdishaRedCross #DisasterRelief
1
46
Red Cross Odisha retweeted
School kids at the Indian Red Cross Society stall (#24) at #IITF2026 explored WASH, personal hygiene & safe water treatment—building resilient communities through youth engagement.
Check out their emergency relief & humanitarian work! 💧🧼🌟
#MoHFW #IFRC #ICRC #SafeWater
ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ରେଡକ୍ରସ୍ ଭବନ, ଭୁବନେଶ୍ୱରଠାରେ ଯୁବ ରେଡକ୍ରସ୍ ପରାମର୍ଶଦାତାମାନଙ୍କର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରଶିକ୍ଷଣ ଶିବିରରେ ଜରୁରୀକାଳୀନ ପରିସ୍ଥିତିର ବ୍ୟବହାରିକ ତାଲିମ ପ୍ରଦାନ କରାଯାଇଛି।
41
ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତି, ମାନବସେବା ଓ ରିଲିଫ୍ କାର୍ଯ୍ୟରେ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି।
#OdishaRedCross #DisasterRelief
#CycloneAkvan
1
69
ବାତ୍ୟା ସମୟରେ ସତର୍କ ରୁହନ୍ତୁ ଏବଂ ସରକାରଙ୍କ ଦ୍ୱାରା ଦିଯାଉଥିବା ସୂଚନା ଏବଂ ପରାମର୍ଶକୁ ମାନି ଚଳନ୍ତୁ l
ସାମାନ୍ୟ ସାବଧାନତା ଆପଣଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ।
#CycloneAkvan
2
67
ବାତ୍ୟା ଅକୱାନ୍ର ମୁକାବିଲା କରିବା ସହ ବିପଦ ସମୟରେ ଜନସାଧାରଣଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ରିଲିଫ୍ ସାମଗ୍ରୀ ଓ ଆବଶ୍ୟକୀୟ ସହାୟତା ପାଇଁ ପ୍ରସ୍ତୁତି କରାଯାଇଛି।
#CycloneAkvan #Odisha #RedCrossSociety #DisasterPreparedness
1
72


































































