Pranab Balabantaray (@Pranab3333) header
Pranab Balabantaray (@Pranab3333) profile picture

Ex-MLA, Dharmasala | General Secretary, Biju Janata Dal

Bhubaneswar, India
Joined November 2016
Pranab Balabantaray retweeted
ଆସ୍କାରେ ଲୋକେ ସାମ୍ନା କରୁଥିବା ସ୍ଥିତି ଅକଥନୀୟ, ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଲି। ଲୋକଙ୍କୁ ସରକାର ଅତ୍ୟନ୍ତ ଅସହାୟ ଭାବେ ଛାଡ଼ି ଦେଇଛନ୍ତି, ଘୋଷଣା ହୋଇଥିବା ସହାୟତା କ୍ଷୟକ୍ଷତି ତୁଳନାରେ ନଗଣ୍ୟ। #Ganjam #CycloneArnab #BJDWithOdisha #OdishaFloods
130
126
1
945
17,504
Pranab Balabantaray retweeted
ଗଭୀର ଦୁର୍ଦ୍ଦଶାରେ ଗଞ୍ଜାମବାସୀ, ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ପ୍ରଭାବିତ ଚାଷୀ ଏବଂ ଲୋକଙ୍କ ଦୁଃଖ ବୁଝିଲି। ଏ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ବିପନ୍ନଙ୍କ ପାଖରେ ପହଞ୍ଚି ପାରି ନାହିଁ; ଯାହା ମିଳୁଛି ତାହା ନଗଣ୍ୟ। ଲୋକେ ଅସହାୟ ଅବସ୍ଥାରେ ଚାହିଁ ରହିଛନ୍ତି, ସରକାର ତତ୍ପରତାର ସହିତ ସହାୟତା ଯୋଗାଇ ଦିଅନ୍ତୁ। #Ganjam #CycloneArnab #BJDWithOdisha #OdishaFloods
63
231
5
1,346
24,164
Pranab Balabantaray retweeted
ମାଣ୍ଡିଆ କେବଳ ପୁଷ୍ଟିକର ଖାଦ୍ୟ ନୁହେଁ, ଏହା ଆମ ସମୃଦ୍ଧ କୃଷି ସଂସ୍କୃତିର ପରିଚୟ। ବିଜୁ ଜନତା ଦଳର ସରକାରରେ ଓଡ଼ିଶାର ମାଣ୍ଡିଆ ବିଶ୍ୱରେ ଆଦୃତ ହୋଇଥିଲା। ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ସହ ଚାଷୀଙ୍କ ପରିଶ୍ରମକୁ ଉଚିତ ସମ୍ମାନ ମିଳିଥିଲା। ଆସନ୍ତୁ, ମାଣ୍ଡିଆ ଦିବସରେ ସଙ୍କଳ୍ପ ନେବା ଏହାକୁ ଦୈନନ୍ଦିନର ଖାଦ୍ୟରେ ସାମିଲ କରି ଏକ ସୁସ୍ଥ ଜୀବନ ଆପଣାଇବା। #MandiaDibasa
27
119
821
8,823
Pranab Balabantaray retweeted
ଗଞ୍ଜାମ ଗସ୍ତରେ ଜିଲ୍ଲାବାସୀଙ୍କ ଦୁର୍ଦ୍ଦଶା ମୋତେ ଗଭୀର ମର୍ମାହତ କରିଛି। କେବେ ଘଟି ନଥିବା ବନ୍ୟା ସ୍ଥିତିର ସାମ୍ନା କରୁଥିବା ଗଞ୍ଜାମବାସୀଙ୍କ ପାଇଁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ପଦକ୍ଷେପ ଗ୍ରହଣ ସହ ମାନବକୃତ ଦୁର୍ଦ୍ଦଶାର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଚିଠି ଲେଖି ଅବଗତ କଲି। ଗଞ୍ଜାମରେ ଏହି ମାନବକୃତ ବନ୍ୟା ସାଧାରଣ ଭିତ୍ତିଭୂମିକୁ ବହୁଳ କ୍ଷତି ପହଞ୍ଚାଇବା ସହ ବ୍ୟାପକ ଫସଲ ନଷ୍ଟ, ଜୀବନହାନୀ ସହ ଜୀବିକା ନଷ୍ଟ କରିଛି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିକାଶ ଅନେକ ବର୍ଷ ପଛକୁ ଚାଲିଯାଇଛି; ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଭାରତୀୟ ପାଣିପାଗ ବିଭାଗ (IMD)ର ଆଗୁଆ ସତର୍କ ସୂଚନା ସତ୍ତ୍ୱେ ଗଞ୍ଜାମରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ନଥିଲେ। ଗଞ୍ଜାମ ପାଇଁ ଆବଶ୍ୟକ ପ୍ରସ୍ତୁତିର ଅଭାବ ଥିବା କଥା ସରକାର ନିଜେ ମଧ୍ୟ ସ୍ୱୀକାର କରିଛନ୍ତି। ଯଦି ଆଗୁଆ ସତର୍କ ସୂଚନା ଆଧାରରେ କର୍ତ୍ତୃପକ୍ଷ ତୁରନ୍ତ ଓ ଦୃଢ଼ ପଦକ୍ଷେପ ନେଇଥାନ୍ତେ, ତେବେ ଗଞ୍ଜାମବାସୀଙ୍କ ଅନେକ ଦୁର୍ଦ୍ଦଶାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ଡ୍ୟାମ୍‌ର ଗେଟ୍ ଖୋଲିବା ପୂର୍ବରୁ ଲୋକମାନଙ୍କୁ ଆବଶ୍ୟକୀୟ ଆଗୁଆ ସତର୍କ ସୂଚନା ଦିଆଯାଇନଥିବା ନେଇ ମଧ୍ୟ ଲୋକେ କହୁଛନ୍ତି। ଏଭଳି ଚରମ ଅବହେଳା ଓ ମାନବକୃତ ଦୁର୍ଦ୍ଦଶା, ସରକାରଙ୍କ ଦାୟିତ୍ୱବୋଧକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ଗୁରୁତର ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକମାନେ ଦାବି କରୁଛନ୍ତି। ଗଞ୍ଜାମ ଗସ୍ତ ସମୟରେ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ଓ ଗୁରୁତର ସମସ୍ୟା ସମ୍ପର୍କରେ ମୁଁ ଅନେକ ଅଭିଯୋଗପତ୍ର ଗ୍ରହଣ କରିଥିଲି। ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଁ ସେହି ଅଭିଯୋଗପତ୍ରଗୁଡ଼ିକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିକଟକୁ ପଠାଇଛି। ବନ୍ୟା ଗଞ୍ଜାମ ଜିଲ୍ଲାରେ ଅଭାବନୀୟ କ୍ଷୟକ୍ଷତି ଘଟାଇଛି। ଏବେ ସରକାରଙ୍କୁ ପକ୍ଷପାତିତାରୁ ଊର୍ଦ୍ଧ୍ୱରେ ରହି, ଦୁଃଖଦୁର୍ଦ୍ଦଶାରେ ଥିବା ଲୋକଙ୍କ ପ୍ରତି ସର୍ବାଧିକ ସମ୍ବେଦନଶୀଳତା ପ୍ରଦର୍ଶନ କରି ଥଇଥାନ ଓ ପୁନର୍ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। କେବଳ ମୁହଁରେ ସହାନୁଭୂତି ପ୍ରକାଶ କଲେ ହେବ ନାହିଁ। ଚାଷୀ, ମହିଳା, ଯୁବବର୍ଗ, କ୍ଷୁଦ୍ର ବ୍ୟବସାୟୀ ଏବଂ ଗଞ୍ଜାମ ଜିଲ୍ଲାର ସାଧାରଣ ଲୋକଙ୍କୁ ଠିକ୍ ସମୟରେ କ୍ଷତିପୂରଣ ପ୍ରଦାନ କରିବା ସହ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ ସମଗ୍ର ସରକାରୀ କଳକୁ ନେଇ ଏକ ସମନ୍ୱିତ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଏହି ଦିଗରେ ବିଜେପି ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଅବହେଳା କରାଗଲେ, ବିଜୁ ଜନତା ଦଳ ଲୋକଙ୍କ ସ୍ୱାର୍ଥ ଓ ନ୍ୟାୟ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ସ୍ତରରେ ଲଢ଼େଇ ଜାରି ରଖିବ। ବର୍ତ୍ତମାନ ଗଞ୍ଜାମରେ ଏବଂ ଏହା ପୂର୍ବରୁ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ବାରମ୍ବାର ଅବ୍ୟବସ୍ଥା ଓ ଅପରିପକ୍ୱତା ଦେଖିବାକୁ ମିଳିଛି। ଏହା ଆମ ଲୋକଙ୍କୁ ଅସହ୍ୟ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେବା ସହ ପରିବାର, ସମାଜ ଏବଂ ସମଗ୍ର ରାଜ୍ୟର ପ୍ରଗତିକୁ ମଧ୍ୟ ପଛକୁ ନେଇଯାଉଛି। ସରକାରଙ୍କ ଅକ୍ଷମତା ଓ ଅବହେଳା ଯୋଗୁଁ କେବେବି ରାଜ୍ୟବାସୀଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବା ଉଚିତ ନୁହେଁ। ପୂର୍ବରୁ ରାଜ୍ୟ ପାଇଁ ଯେଉଁ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକ ସଫଳତାର ସହ କାର୍ଯ୍ୟ କରୁଥିଲେ, ତାହାର ଅଧ୍ୟୟନ କରି ବିଜେପି ସରକାର ସେଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ଦୂରଦୃଷ୍ଟି ଓ ଦୃଢ଼ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ଆବଶ୍ୟକ। ବିଜେପି ରାଜ୍ୟ ସରକାର ନିଜର ଦାୟିତ୍ୱ ସ୍ୱୀକାର କରିବା ସହ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ଉଚିତ। ବିଜେଡି ସରକାରଙ୍କ ୨୪ ବର୍ଷର କଠିନ ପରିଶ୍ରମ ଓ ହାସଲ କରିଥିବା ପ୍ରଗତିକୁ ଡବଲ୍ ଇଞ୍ଜିନ୍ ସରକାର ମାତ୍ର ୨୪ ମାସ ମଧ୍ୟରେ ଧ୍ୱଂସ କରିନଦିଅନ୍ତୁ। #Ganjam #CycloneArnab #BJDWithOdisha
147
172
1
851
19,606
ଆଲୋକର ପର୍ବ ପବିତ୍ର ଦୀପାବଳି ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାର ନୂତନ ଆଲୋକ ଭରିଦେଉ। ମା’ ଶ୍ୟାମାକାଳୀଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ହସଖୁସିରେ ଭରିଉଠୁ ଏବଂ ସମାଜରେ ପ୍ରେମ, ଭାଇଚାରା ଓ ସଦ୍‌ଭାବନା ବଜାୟ ରହୁ। #ଶୁଭଦୀପାବଳି #କାଳୀପୂଜା
3
1
1
146
Pranab Balabantaray retweeted
ଶେରଗଡ଼ ଓ ହିଞ୍ଜିଳିରେ ପହଞ୍ଚି ଚାଷୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ଶୁଣିଲି, ବାତ୍ୟା ଅର୍ଣ୍ଣବରେ ଆସିଥିବା ବନ୍ୟା ଗଞ୍ଜାମବାସୀଙ୍କ ଘଟାଇ ଥିବା କ୍ଷତି ଅକଳ୍ପନୀୟ। #Ganjam #CycloneArnab #BJDWithOdisha #OdishaFloods
129
174
4
1,125
24,071
Pranab Balabantaray retweeted
1
12
863
2,049
Pranab Balabantaray retweeted
1
3
61
1,135
Pranab Balabantaray retweeted
ଓଡ଼ିଶାବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଆସନ୍ତାକାଲି କୋଟିଆରେ ନିର୍ବାଚନ କରାଇବାକୁ ଅଗ୍ରସର ହେଉଥିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ। କୋଟିଆ ସମ୍ପର୍କରେ ମୁଁ ଅକ୍ଟୋବର ୧୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଲେଖିଥିବା ଚିଠିର ଉତ୍ତର ଅକ୍ଟୋବର ୨୭ ତାରିଖରେ ପାଇଥିଲି। ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ମୁଁ ଜାଣିବାକୁ ପାଉଛି ଯେ, କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅଧିକାରୀମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଓ ମୁହାଁମୁହିଁ ଅବସ୍ଥା ତୃଣମୂଳସ୍ତରରେ ସ୍ଥିତିକୁ ଅଧିକ ଜଟିଳ କରିଦେଉଛି। ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିବେଶ ଏବଂ ଆସନ୍ନ ନିର୍ବାଚନ ସ୍ଥିତିକୁ ଦୃଷ୍ଟିରେ ରଖି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ ଆପଣ ଆଲୋଚନା ଆରମ୍ଭ କରନ୍ତୁ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ଏନ୍‌ଡିଏର ଅଂଶୀଦାର ଦଳମାନଙ୍କ ଦ୍ୱାରା ଶାସିତ ହେଉଛି। ବିଜେପି ନେତୃତ୍ୱରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ସୁରକ୍ଷା ପାଇଁ ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆପଣ ତୁରନ୍ତ ଏହି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ନ୍ୟାୟସଙ୍ଗତ ସ୍ୱାର୍ଥର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ତୃଣମୂଳସ୍ତରରେ ପରିସ୍ଥିତି ଯେପରି ଆଉ ଅଧିକ ଉତ୍ତେଜନାପୂର୍ଣ୍ଣ ନ ହେବ, ସେ ଦିଗରେ ପଦକ୍ଷେପ ନେବା ଆପଣଙ୍କର ନୈତିକ ଦାୟିତ୍ୱ। ମୁଁ ଆଶା କରୁଛି, ବିଜେପିର ନେତୃତ୍ୱ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ସମ୍ମାନ ରଖିବ ଏବଂ ୨୦୨୪ ନିର୍ବାଚନୀ ଇସ୍ତାହାରରେ କୋଟିଆ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ଦେଇଥିବା ଗ୍ୟାରେଣ୍ଟିକୁ କେବଳ ପ୍ରତିଶ୍ରୁତିରେ ସୀମିତ ନରଖି କାର୍ଯ୍ୟରେ ପରିଣତ କରିବା ପାଇଁ ଫଳପ୍ରଦ ପଦକ୍ଷେପ ନେବ। #Kotia #BJDWithOdisha
97
201
13
932
79,754
ମୋର ପ୍ରିୟ ନେତା ମାନ୍ୟବର ଶ୍ରୀ @Naveen_Odisha ମହୋଦୟଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। 💐 ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ହୁଅନ୍ତୁ ।🙏 #happbirthday #NaveenBabu
7
2
7
239
#ଜନନାୟକଙ୍କୁ_ଜନ୍ମଦିନର_ଶୁଭେଚ୍ଛା💐 ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ, ଜନପ୍ରିୟ ନେତା ଓ ବିକାଶ ପୁରୁଷ ମାନ୍ୟବର ଶ୍ରୀ @Naveen_Odisha ମହୋଦୟଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। 🙏 @bjd_odisha #happbirthday #NaveenBabu
5
3
25
515
ଜୟ ଜଗନ୍ନାଥ! 🙏🚩 ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଭକ୍ତବୃନ୍ଦଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଦିବ୍ୟ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି, ସୁସ୍ୱାସ୍ଥ୍ୟ ଓ ନୂତନ ଆଶାର ସଞ୍ଚାର କରୁ। #ରଥଯାତ୍ରା #ଜୟଜଗନ୍ନାଥ #RathaYatra
3
2
3
545
ଓଡ଼ିଶାର ଗୌରବମୟ ସଂସ୍କୃତିର ଅମୂଲ୍ୟ ପରିଚୟ ହେଉଛି ଆମର ଗଣପର୍ବ “ରଜ” ଯାହା ମାଟି, ନାରୀଶକ୍ତି ଓ ପ୍ରକୃତିର ସମ୍ମାନର ପବିତ୍ର ପ୍ରତୀକ । ଏହି ରଜ ପର୍ବ ଆମ ସଂସ୍କୃତିର ମୂଳ ଆତ୍ମାକୁ ଜୀବନ୍ତ ରଖେ ଏବଂ ସମାଜରେ ଆନନ୍ଦ, ଏକତା ଓ ପ୍ରେମର ବାର୍ତ୍ତା ପ୍ରସାର କରେ। ଆସନ୍ତୁ ଏହି ରଜ ପର୍ବକୁ ଆମେ ସମସ୍ତେ ମିଶି ଖୁସିରେ ପାଳନ କରିବା। #ଶୁଭ_ରଜ
4
1
5
136
#ପ୍ରଣାମ_ପ୍ରବାଦ_ପୁରୁଷ ଓଡ଼ିଶାର ଗୌରବ, ଦେଶର ଗର୍ବ, ମହାନ ନେତା ଓ ଦୃଷ୍ଟିଶାଳୀ ବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପବିତ୍ର ସ୍ମୃତିକୁ ଶତ୍ ଶତ୍ ନମନ। 🙏 #BijuPatnaik @Naveen_Odisha @bjd_odisha
6
2
4
135
ପବିତ୍ର ମହା ବିଷୁବ (ପଣା) ସଂକ୍ରାନ୍ତି ଓ ପ୍ରଭୁ ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ପଣାର ଶିତଳତା ଭଳି ଆପଣମାନଙ୍କ ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧି ଭରିଯାଉ ଏବଂ ପବନପୁତ୍ର ଶ୍ରୀ ହନୁମାନଙ୍କ ଅପାର ଶକ୍ତି, ସାହସ ଓ ଭକ୍ତି ଆପଣମାନଙ୍କୁ ସମସ୍ତ ବିପଦ ଓ ବାଧାକୁ ଜିତିବାରେ ପ୍ରେରଣା ।
4
2
9
178
ଆଜିର ଏହି ଗୌରବମୟ ଦିନ ଆମକୁ ସ୍ମରଣ କରାଏ ଆମ ଓଡ଼ିଶାର ଶୌର୍ଯ୍ୟ, ସଂସ୍କୃତି, ପାରମ୍ପରିକତା ଓ ଐତିହ୍ୟର କଥା। ଏହି ମାଟିର ଭାଷା, କଳା ଓ ସଂସ୍କୃତି ଆମର ଗର୍ବ ଓ ପରିଚୟ। ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସମସ୍ତେ ଏକତ୍ର ହୋଇ ଓଡ଼ିଶାର ଉନ୍ନତି ଓ ଗୌରବକୁ ଆଗକୁ ନେବାର ସଙ୍କଳ୍ପ ନେବା। #ମୋ_ଓଡ଼ିଶା_ମୋର_ଗର୍ବ ❤️ #ବନ୍ଦେ_ଉତ୍କଳ_ଜନନୀ
4
2
7
110
ପବିତ୍ର ଶ୍ରୀ ରାମ ନବମୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କର କୃପା ସଦା ସର୍ବଦା ଆପଣଙ୍କ ଉପରେ ରହୁ। ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ। ଜୟ ଶ୍ରୀ ରାମ 🚩 #RamNavami #ରାମନବମୀ
7
2
18
366
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ ଏହି ପବିତ୍ର ଦିନରେ ଆମେ ସମସ୍ତେ ନାରୀମାନଙ୍କର ସମ୍ମାନ, ସମତା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଓ ସେମାନଙ୍କର ସ୍ୱପ୍ନ ସାକାର କରିବାରେ ସଦା ସହଯୋଗ କରିବା। #happywomensday
4
2
7
129
ରଙ୍ଗର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ହୋଲି ଆପଣଙ୍କ ଜୀବନରେ ଖୁସି, ଆନନ୍ଦ, ସଫଳତା ଓ ସମୃଦ୍ଧିର ନୂଆ ରଙ୍ଗ ଭରିଦେଉ। ସମସ୍ତ ଦୁଃଖ କଷ୍ଟ ଦୂର ହେଉ ଓ ପ୍ରତ୍ୟେକ ଦିନ ହସିଖୁସିରେ କଟୁ। #HappyHoli
7
2
12
134
Pranab Balabantaray retweeted
ଓଡିଶାର ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ @Naveen_Odisha ଯେ କେବଳ ଭାରତୀୟ ରାଜନୀତିରେ ଗଭୀର ଛାପ ଛାଡିଛନ୍ତି ତାହା ନୁହେଁ ବରଂ ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳକୁ ସଶକ୍ତ, ସମୃଦ୍ଧ ଓ ସୁଦୃଢ ନେତୃତ୍ୱ ଦେଉଛନ୍ତି।
3
4
9
142