
General Secretary Biju Janta Dal odisha. @bjd_odisha, Founder Naba Das Foundation, MBA in communication and PR from Eu business school Barcelona @eubusiness
Jharsuguda, India
Joined December 2019
- Tweets3.8K
- Following30
- Followers10K
- Likes351
ମାନବ ସେବା ହିଁ ପ୍ରକୃତ ମାଧବ ସେବା। ମଣିଷର ଦୁଃଖରେ ସାଥୀ ହେବା, ଅସହାୟଙ୍କୁ ସହାୟତାର ହାତ ବଢ଼ାଇବା ଓ ମାନବିକତାର ମୂଲ୍ୟବୋଧକୁ ଜୀବନ୍ତ ରଖିବା ହିଁ ସେବାର ପ୍ରକୃତ ଅର୍ଥ।
1
11
497
ଝାରସୁଗୁଡ଼ାର ମାରୱାଡ଼ିପଡ଼ାସ୍ଥିତ ଲୋଧା ଧର୍ମଶାଳାଠାରେ ଶ୍ରୀ ଶ୍ୟାମ ଦରବାର ପକ୍ଷରୁ ଆୟୋଜିତ ‘ଶ୍ରୀ ଶ୍ୟାମ ଜୀ କୀ ରୋଷୋଇ’ର ଅନ୍ନ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେଲି। କ୍ଷୁଧାର୍ଥଙ୍କୁ ଅନ୍ନ ପ୍ରଦାନ କରିବାର ଏହି ସେବାମୂଳକ ପ୍ରୟାସ, ମାନବିକତା ଓ ପରୋପକାରର ଏକ ସୁନ୍ଦର ଉଦାହରଣ। ଏଭଳି ମହତ୍ କାର୍ଯ୍ୟ ପାଇଁ ଶ୍ରୀ ଶ୍ୟାମ ଦରବାରର ସମସ୍ତ ସଦସ୍ୟଙ୍କୁ ମୋର ଧନ୍ୟବାଦ ଓ ସାଧୁବାଦ ଜଣାଉଛି। ଶ୍ରୀ ଶ୍ୟାମଜୀଙ୍କ କରୁଣା ସମସ୍ତଙ୍କ ଉପରେ ରହିଥାଉ। #jharsuguda
4
311
ଝାରସୁଗୁଡ଼ାର ଥାନା ଛକଠାରେ 'ହମ ସାଥ ସାଥ ହେଁ' ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବସ୍ତ୍ର ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଲି। ଶୀତଋତୁରେ ଅସହାୟ ଓ ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବାର ଏହି ମାନବୀୟ ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ମାନବ ସେବା। ଏଭଳି ଜନହିତକର କାର୍ଯ୍ୟକ୍ରମର ଆୟୋଜନ ପାଇଁ 'ହମ ସାଥ ସାଥ ହେଁ' ଅନୁଷ୍ଠାନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଉଛି। #BlanketDistribution
ଝାରସୁଗୁଡ଼ା ପୌରପରିଷଦର ୨୩ ନମ୍ବର ୱାର୍ଡର ବିଜୁ ଜନତା ଦଳର କାଉନସିଲର ଶ୍ରୀ ଜି. ରମନ୍ନା ରାଓଙ୍କ ମାତୃ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବରେ ବ୍ୟଥିତ। ଏହି ଶୋକାକୁଳ ସମୟରେ ତାଙ୍କର ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଲି। ମା’ ସମଲେଇଙ୍କ ନିକଟରେ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏ ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି।
ଓଁ ଶାନ୍ତି 🙏
ଝାରସୁଗୁଡ଼ା ପୌର ପରିଷଦର ୨୧ ନମ୍ବର ୱାର୍ଡ ଅନ୍ତର୍ଗତ ବୁରୋମାଲ ନିବାସୀ ଶ୍ରୀ ଗଜାନନ ତିୱାରୀଙ୍କ ମାତୃ ବିୟୋଗରେ ମୁଁ ଗଭୀର ଭାବରେ ଦୁଃଖିତ। ଏହି ଦୁଃଖଦ ସମୟରେ ତାଙ୍କର ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇଲି। ମା’ ସମଲେଇଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦ୍ଗତି ଓ ଶାନ୍ତି କାମନା କରିବା ସହ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି।
ଓମ୍ ଶାନ୍ତି 🙏
ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ନବୋଦୟ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କ ସହ ଘଟିଥିବା ଅଭିଯୋଗ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଲୁ। ପୋସ୍କୋ (POCSO) ଆଇନ ଅଧୀନରେ ଗମ୍ଭୀର ଅଭିଯୋଗ ଥିବା ସତ୍ତ୍ୱେ ଅଭିଯୁକ୍ତଙ୍କୁ କେଉଁ ଆଧାରରେ ଧାରା ୪୧ ନୋଟିସ୍ରେ ଛାଡ଼ କରାଗଲା, ଏହାର ସ୍ପଷ୍ଟୀକରଣ ଦାବୀ କଲୁ।
ଏହି ଘଟଣାର ନିରପେକ୍ଷ ଓ ତ୍ୱରିତ ତଦନ୍ତ, ପୀଡ଼ିତାଙ୍କ ସୁରକ୍ଷା, ସମସ୍ତ ପ୍ରମାଣର ସଂରକ୍ଷଣ ଏବଂ ଆଇନ ଅନୁଯାୟୀ ଆବଶ୍ୟକ ଗିରଫ ଓ ନ୍ୟାୟିକ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ଦାବି ଜଣାଇଲୁ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ତଦନ୍ତର ଅଗ୍ରଗତି ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କଲୁ।
ମହିଳା ଓ ବାଳିକାଙ୍କ ସୁରକ୍ଷା କେବଳ ଆଶ୍ୱାସନରେ ସୀମିତ ନରହି ବାସ୍ତବ କାର୍ଯ୍ୟାନୁଷ୍ଠାନରେ ପ୍ରତିଫଳିତ ହେବା ଆବଶ୍ୟକ। ନାବାଳିକାଙ୍କ ନ୍ୟାୟ ପ୍ରସଙ୍ଗରେ କୌଣସି ପ୍ରକାରର ଅବହେଳା କିମ୍ବା ଚାପକୁ ଗ୍ରହଣ କରାଯିବ ନାହିଁ। #BJDWithOdisha
କାର୍ତ୍ତିକ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ ଜାତିର ପରମ୍ପରା, ଆଧ୍ୟାତ୍ମିକ ଚେତନା ଓ ସମୃଦ୍ଧ ସାଂସ୍କୃତିକ ଭାବଧାରାର ଏକ ଅନନ୍ୟ ସମ୍ମିଶ୍ରଣ। ପ୍ରଭୁ କାର୍ତ୍ତିକଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ତଥା ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ରବି ରାୟଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି। ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା, ନିରପେକ୍ଷ ରାଜନୈତିକ ଚିନ୍ତାଧାରା ଓ ଜନସେବା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସଦା ପ୍ରେରଣାର ଉତ୍ସ ହୋଇ ରହିବ।
ସମ୍ବିଧାନ ଆମ ଦେଶର ଏକତା, ଅଖଣ୍ଡତା ଓ ଗଣତାନ୍ତ୍ରିକ ଆଦର୍ଶର ମାର୍ଗଦର୍ଶକ। ଜାତୀୟ ସମ୍ବିଧାନ ଦିବସରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା। ସମ୍ବିଧାନ ପ୍ରଦତ୍ତ ଅଧିକାର ସହ ଆମର କର୍ତ୍ତବ୍ୟକୁ ମଧ୍ୟ ଗୁରୁତ୍ୱ ଦେଇ ଏକ ନ୍ୟାୟପୂର୍ଣ୍ଣ, ସମାବେଶୀ ଓ ଶକ୍ତିଶାଳୀ ଭାରତ ଗଢ଼ିବାରେ ନିଜ ଭୂମିକା ନିର୍ବାହ କରିବା। #ConstitutionDay
4
224
ଓଡ଼ିଆ ଘରର ଶ୍ରଦ୍ଧା, ଭକ୍ତି ଓ ପାରମ୍ପରିକ ଆସ୍ଥାର ଅନନ୍ୟ ପର୍ବ ପବିତ୍ର ମାଣବସା ଗୁରୁବାର ଅବସରରେ ଶୁଭେଚ୍ଛା ଓ ଶୁଭକାମନା। ମା’ ଲକ୍ଷ୍ମୀଙ୍କ ଶୁଭଦୃଷ୍ଟିରେ ପ୍ରତ୍ୟେକ ଘରେ ସମୃଦ୍ଧିର ଆଲୋକ ବିଛୁରିତ ହେଉ।
10
340
ଆତ୍ମବିଶ୍ୱାସ, ସହଯୋଗ ଓ ସକାରାତ୍ମକ ଚିନ୍ତାଧାରାର ବିକାଶ ସହ ଯୁବପୀଢ଼ିଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଆଗେଇ ନେବାରେ କ୍ରୀଡ଼ା ଏକ ଉତ୍ତମ ମାଧ୍ୟମ।
6
449
କ୍ରୀଡ଼ା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଶୃଙ୍ଖଳା, ଧୈର୍ଯ୍ୟ, ଦଳଗତ ଏକତା ଓ ନେତୃତ୍ୱର ଗୁଣ ବିକଶିତ କରିବା ସହ ଯୁବପୀଢ଼ିଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ।
1
7
456
ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ଅନ୍ତର୍ଗତ ଅର୍ଡା ଗ୍ରାମ ପଞ୍ଚାୟତର ଧୁଡ଼ିବାହାଲଠାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜିତ ପୂଜାରେ ଯୋଗଦେଇ ଆଶୀର୍ବାଦ ଲାଭ କଲି। ପୂଜାର୍ଚ୍ଚନା ସହ ଆୟୋଜିତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶ୍ରଦ୍ଧାଳୁଙ୍କ ଭକ୍ତିଭାବ ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ପ୍ରଭୁ କାର୍ତ୍ତିକଙ୍କ କୃପାରେ ସମସ୍ତଙ୍କ ଜୀବନ ଶୁଭମୟ ହେଉ। #KartikPurnima
6
431
ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ ଅନ୍ତର୍ଗତ ବାଗଡିହି ନିବାସୀ ତଥା ମୋର ବାପା ସ୍ଵର୍ଗତଃ ନବ କିଶୋର ଦାସଙ୍କ ଘନିଷ୍ଠ ସହଯୋଗୀ ତଥା ବିଜୁ ଜନତା ଦଳର ପୁରୁଖା କର୍ମୀ ଶ୍ରୀ କ୍ରିଷ୍ଣା କୁମାର ସିହ୍ନା (ବବଲୁ)ଙ୍କ କନ୍ୟାଙ୍କ ବିବାହ ଉତ୍ସବରେ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲି। ମା' ସମଲେଇଙ୍କ କୃପାରୁ ନବ ଦମ୍ପତିଙ୍କ ନୂତନ ଜୀବନ ସ୍ନେହ, ବିଶ୍ୱାସ ଓ ଅନାବିଳ ଆନନ୍ଦରେ ପରିପୂର୍ଣ୍ଣ ହେଉ। #jharsuguda
1
27
1,379
ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ କେଲଡାମାଲ ଗ୍ରାମ ପଞ୍ଚାୟତର ବରାହମୁଣ୍ଡାଠାରେ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲି। ଖେଳପଡ଼ିଆରେ ଖେଳାଳୀମାନଙ୍କ ଦକ୍ଷତା, ଦଳଗତ ସମନ୍ୱୟ ଓ ଜିତିବାର ଉତ୍ସାହ ଏହି ଆୟୋଜନକୁ ଆହୁରି ରୋମାଞ୍ଚକର କରିଥିଲା। ଆୟୋଜକମାନଙ୍କ ଏହି ପ୍ରୟାସ ବାସ୍ତବିକ ପ୍ରଶଂସନୀୟ। #footballtournament
3
311
ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ଗ୍ରାମ ପଞ୍ଚାୟତର ତାଲମୁଣ୍ଡାଠାରେ ଆୟୋଜିତ ନବଦାସ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ ଖେଳାଳୀମାନଙ୍କ ସହ କିଛି ଉତ୍ସାହଭରା ମୁହୂର୍ତ୍ତ ଅତିବାହିତ କଲି। ଏହି ପ୍ରତିଯୋଗିତା କ୍ରୀଡ଼ା କ୍ଷେତ୍ରରେ ସ୍ଥାନୀୟ ଯୁବପ୍ରତିଭାଙ୍କୁ ନିଜର ପରିଚୟ ସୃଷ୍ଟି କରିବାର ଏକ ସୁନ୍ଦର ମଞ୍ଚ ପ୍ରଦାନ କରୁଛି। ଏହି ଆୟୋଜନ ପାଇଁ ଆୟୋଜକ ଓ ପ୍ରତିଯୋଗୀମାନଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜଣାଉଛି। #footballtournament
11
477
ଲଇକେରା ବ୍ଲକର କୁଲେମୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁନ୍ଦ୍ରାଜୋରର ହସ୍ପିଟାଲ ପଡ଼ିଆଠାରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇ ଖେଳାଳୀମାନଙ୍କ ଉତ୍ସାହ ଓ କ୍ରୀଡ଼ାପ୍ରେମକୁ ନିକଟରୁ ଦେଖିଲି। ଗ୍ରାମାଞ୍ଚଳରେ ଏଭଳି ପ୍ରତିଯୋଗିତା ନୂତନ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ସହ ଯୁବପୀଢ଼ିଙ୍କୁ ନିଜ ଲକ୍ଷ୍ୟ ହାସଲ ପାଇଁ ଉତ୍ସାହିତ କରୁ। #CricketTournament
10
389





































































