Director of Factories & Boilers, Odisha (@dfbodisha) header
Director of Factories & Boilers, Odisha (@dfbodisha) profile picture

Official X handle of The Director of Factories & Boilers, Odisha l Ensuring Safety, Health & Welfare of Factory Workers l Safe Operation of Steam Boilers.

Bhubaneshwar, India
Joined June 2017
Photo by Director of Factories & Boilers, Odisha (@dfbodisha)Photo by Director of Factories & Boilers, Odisha (@dfbodisha)Photo by Director of Factories & Boilers, Odisha (@dfbodisha)Photo by Director of Factories & Boilers, Odisha (@dfbodisha)Photo by Director of Factories & Boilers, Odisha (@dfbodisha)Photo by Director of Factories & Boilers, Odisha (@dfbodisha)Photo by Director of Factories & Boilers, Odisha (@dfbodisha)Photo by Director of Factories & Boilers, Odisha (@dfbodisha)Photo by Director of Factories & Boilers, Odisha (@dfbodisha)Photo by Director of Factories & Boilers, Odisha (@dfbodisha)
Director of Factories & Boilers, Odisha retweeted
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ #StateCrisisGroup ବୈଠକରେ ରାସାୟନିକ ଦୁର୍ଘଟଣାର ପ୍ରତିରୋଧ,ପୂର୍ବ ପ୍ରସ୍ତୁତି,ତ୍ୱରିତ ପ୍ରତିକ୍ରିୟା ଓ ଦୁର୍ଘଟଣା ପରବର୍ତ୍ତୀ ପରିଚାଳନାକୁ ସୁଦୃଢ଼ କରିବା ସହ ଜନସୁରକ୍ଷାର ସର୍ବୋଚ୍ଚ ପ୍ରାଥମିକତାକୁ ଗୁରୁତ୍ୱ। ଜରୁରୀକାଳୀନ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ।
4
4
37
5,805
Director of Factories & Boilers, Odisha retweeted
ଏହି ଅବସରରେ ମୁଖ୍ୟ ସଚିବ ଶିଳ୍ପ କ୍ଷେତ୍ରରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ପ୍ରଯୁକ୍ତି ଓ ନବସୃଜନର ବ୍ୟବହାର ମାଧ୍ୟମରେ ବିପଦପୂର୍ଣ୍ଣ କାର୍ଯ୍ୟରେ ଶ୍ରମିକଙ୍କ ସଂସ୍ପର୍ଶ କମାଇବା,ପ୍ରତ୍ୟେକ କର୍ମଚାରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। #viksitBharat #viksitOdisha
2
1
6
452
Director of Factories & Boilers, Odisha retweeted
କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କାରଖାନା ଓ ବଏଲର ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏକଦିନିଆ କର୍ମଶାଳାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ "ସୁରକ୍ଷିତ ଶିଳ୍ପ, ସଶକ୍ତ ଓଡ଼ିଶା" ପ୍ରସଙ୍ଗରେ ବାର୍ତ୍ତା ଦେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି l
6
4
28
2,474
Director of Factories & Boilers, Odisha retweeted
ଶିଶୁମାନେ ଆମ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ। ସେମାନଙ୍କ ଶୈଶବକୁ ଶ୍ରମମୁକ୍ତ କରି ଶିକ୍ଷା ଓ ସୁରକ୍ଷାର ମୌଳିକ ଅଧିକାର ପ୍ରଦାନ କରିବା ପ୍ରତ୍ୟେକ ନାଗରିକ ତଥା ସମାଜର ଏକ ସାମୂହିକ ଦାୟିତ୍ୱ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ୨ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ ସଚେତନତା ଅଭିଯାନ’ ଆୟୋଜିତ ହେଉଛି। ଆସନ୍ତୁ, ସମସ୍ତେ ମିଳିମିଶି ଶିଶୁ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସକ୍ରିୟ ସହଭାଗୀ ହେବା।
2
9
1
40
6,591
Director of Factories & Boilers, Odisha retweeted
ଓଡ଼ିଶାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରିବା ଉଦ୍ଦେଶ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହେଉଛି ୪୪ ଦିନ ବ୍ୟାପୀ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ। ଏହି ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ସାମିଲ ହୋଇ ଏକ ଶିଶୁ ଶ୍ରମ ମୁକ୍ତ ତଥା ସମୃଦ୍ଧ ଓଡ଼ିଶା ଗଠନରେ ସହଭାଗୀ ହେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।
30
29
7
183
16,350
Director of Factories & Boilers, Odisha retweeted
ଆଜି ଓଡ଼ିଶାର ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇ "ସୁରକ୍ଷା ସେତୁ: ଇଣ୍ଡଷ୍ଟ୍ରିଆଲ୍ ସେଫ୍ଟି ଆଣ୍ଡ୍ ରିସ୍କ୍ ମ୍ୟାନେଜମେଣ୍ଟ ମାନୁଆଲ୍" ଉନ୍ମୋଚନ କରି ଅତ୍ୟନ୍ତ ଆନନ୍ଦିତ। ଏହି ମାର୍ଗଦର୍ଶିକା ଆମ ରାଜ୍ୟର କାରଖାନାରେ କାର୍ଯ୍ୟରତ ଶ୍ରମିକ, ପର୍ଯ୍ୟବେକ୍ଷକ ଓ ପରିଚାଳକମାନଙ୍କ ପାଇଁ ବିପଦ ଚିହ୍ନଟ, ସୁରକ୍ଷିତ କାର୍ଯ୍ୟପଦ୍ଧତି ଏବଂ ଜରୁରିକାଳୀନ ପ୍ରସ୍ତୁତି ସମ୍ପର୍କରେ ଏକ ସହଜବୋଧ୍ୟ ସନ୍ଦର୍ଭ ହେବ। ମୋର ଦୃଢ଼ ବିଶ୍ୱାସ, ସୁରକ୍ଷା ସଚେତନତାର ଏହି ପ୍ରସାର ଦ୍ୱାରା ଆମେ ରାଜ୍ୟରେ ଶୂନ୍ୟ ଶିଳ୍ପ ଦୁର୍ଘଟଣା ଲକ୍ଷ୍ୟକୁ ଅଚିରେ ହାସଲ କରିପାରିବା। ସମସ୍ତ ଶିଳ୍ପ ପ୍ରତିଷ୍ଠାନଙ୍କୁ ଏହି ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରି ନିଜ କାର୍ଯ୍ୟସ୍ଥଳକୁ ଅଧିକ ସୁରକ୍ଷିତ ଓ ସୁସ୍ଥ କରିବା ପାଇଁ ଅନୁରୋଧ କରୁଛି। #SurakshaSetu #IndustrialSafety #OdishaLabour
1
4
5
202
Director of Factories & Boilers, Odisha retweeted
ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ତା ୧ ମଇ ୨୦୨୬ରିଖ, ସନ୍ଧ୍ୟା ୦୫.୩୦ ଘଟିକା ରେ କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି.,ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହ #InternationalLabourDay #Mayday #LabourOdisha @CMO_Odisha @GaneshRamBJP @LESIOdisha @LabourMinistry @IPR_Odisha
10
2
1
23
1,350
Director of Factories & Boilers, Odisha retweeted
ଆନ୍ତର୍ଜାତିକ ଶ୍ରମିକ ଦିବସ, ୨୦୨୬ ଉପଲକ୍ଷେ ଶ୍ରମ ଓ କର୍ମଚାରୀ ରାଜ୍ଯବୀମା ମନ୍ତ୍ରୀଙ୍କ ବାର୍ତ୍ତା :- #InternationalLabourDay #Mayday #LabourOdisha @CMO_Odisha @GaneshRamBJP @LESIOdisha @IPR_Odisha
8
3
26
1,647
Director of Factories & Boilers, Odisha retweeted
ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା :-
10
6
43
2,166
Director of Factories & Boilers, Odisha retweeted
ଓଡ଼ିଆ ପକ୍ଷ ଅବସରରେ ଆସନ୍ତୁ ଆମ ଭାଷା ଓ ଅସ୍ମିତାର ସମ୍ମାନ ପାଇଁ ସଂକଳ୍ପବଦ୍ଧ ହେବା। ରାଜ୍ୟର ପ୍ରତିଟି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ତଥା ଦୋକାନ ଆଦିର ନାମଫଳକ ଓଡ଼ିଆରେ ଲେଖି ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା।
27
55
10
285
10,678
Director of Factories & Boilers, Odisha retweeted
ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬ ଅନୁଯାୟୀ, ପ୍ରତିଷ୍ଠାନମାନଙ୍କର ନାମଫଳକ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ପ୍ରଦର୍ଶିତ ହେବା ଆବଶ୍ୟକ । ଓଡ଼ିଶାରେ ଥିବା ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଏହା ବାଧ୍ୟତାମୂଳକ ଅଟେ । #OdiaAsmita #LabourOdisha
3
14
90
3,380
Director of Factories & Boilers, Odisha retweeted
✨ଶ୍ରମିକ/ କର୍ମଚାରୀଙ୍କ ପାଇଁ ସୁରକ୍ଷିତ ଏବଂ ମର୍ଯ୍ୟାଦାପୂର୍ଣ୍ଣ କର୍ମକ୍ଷେତ୍ର ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଭାରତ ସରକାରଙ୍କ ଦ୍ୱାରା ୪ଟି ଶ୍ରମ ସଂହିତା ଲାଗୁ କରାଯାଇଛି । ✨ ଆତ୍ମନିର୍ଭର ଭାରତ ପାଇଁ ଶ୍ରମ ସଂସ୍କାର । #atmanirbharbharat #श्रमेवजयते #ShramevJayate #ViksitBharat #ବିକଶିତଓଡ଼ିଶା
11
21
1
94
3,437
Director of Factories & Boilers, Odisha retweeted
The Directorate of Factories & Boilers, Govt. of Odisha, conducted an on-site emergency mock drill on “Fire at Oxygen Tanker Filling Area” at Linde India Ltd., Rourkela on 28.11.2025 as part of its regular safety practices. The drill focused on strengthening emergency preparedness and ensuring effective safety protocols. It was witnessed by the Asst. Director, F&B, Rourkela, and the Fire Officer of IDL Explosives, who also shared valuable suggestions to further enhance the drill’s effectiveness. #Odisha #SafetyFirst #MockDrill #IndustrialSafety #FactoriesAndBoilers #Rourkela @CMO_Odisha @IPR_Odisha @LabourOdisha @LabourMinistry @GaneshRamBJP @dfbodisha
1
5
592
Director of Factories & Boilers, Odisha retweeted
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା Crisis Group ବୈଠକ ଅନୁଷ୍ଠିତ ହୋଇଥିଲା। ଏନଡିଆରଏଫ୍, ଲାଇନ ଡିପାର୍ଟମେଣ୍ଟ ଏବଂ ବିଭିନ୍ନ କାରଖାନାର ପ୍ରତିନିଧିମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ଯୋଜନା ପ୍ରସ୍ତୁତ , ସମନ୍ୱୟ ରକ୍ଷା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ Crisis Groupକୁ ଦାୟିତ୍ୱ ଦିଆଯାଇଛି।
2
14
597
Director of Factories & Boilers, Odisha retweeted
ଭାରତର ଶ୍ରମ କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ ! ଭାରତ ସରକାର ୪ଟି ଶ୍ରମ ସଂହିତାକୁ (Labour Codes) ଲାଗୁ କରିଛନ୍ତି । ଏହା ୨୯ଟି ଆଇନ୍ କୁ ଏକ ସରଳ ଭାବରେ ଏକୀକୃତ କରି, ସମସ୍ତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳୀ, ମର୍ଯ୍ୟାଦାପୂର୍ଣ୍ଣ କର୍ମକ୍ଷେତ୍ର ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । #श्रमेव_जयते #ShramevJayate #LabourOdisha #ViksitBharat #ବିକଶିତଓଡ଼ିଶା
26
1
136
6,369
Director of Factories & Boilers, Odisha retweeted
ଆମର ବିଭିଦତା ହେଉଛି ଭାରତର ଆତ୍ମା ଏବଂ ସର୍ଦ୍ଦାର ପଟେଲ ଏହାକୁ ଏକଟରେ ପରିଣତ କରିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଏହି ଦୃଷ୍ଟିକୋଣକୁ ଆଗକୁ ବଢାଇଛନ୍ତି । ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକ ପାଳନ କରିବା ଏବଂ ଏକତା ପାଇଁ ଦୌଡ଼ରେ ଯୋଗଦାନ କରିବା ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ କରିବା । #EktaDiwasBharat #EktaDiwas #SardarPatel150 #RunForUnity #RashtriyaEktaDiwas150
6
73
8
100
7,470
Director of Factories & Boilers, Odisha retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ଏବଂ କାରଖାନା ଆଇନ, ୧୯୪୮ ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।
2,481
16
2
176
8,695
Director of Factories & Boilers, Odisha retweeted
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଜନ୍ମଦିନ ଉପଲକ୍ଷେ "ଏକ ପେଡ୍ ମା' କେ ନାମ" ଅଭିଯାନରେ ଆମେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ବୃକ୍ଷରୋପଣ କରୁଛୁ । ଏହା ଓଡ଼ିଶାବାସୀଙ୍କ ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ନିଆରା ଉପହାର। ପ୍ରତ୍ୟେକଟି ଗଛ ମୋଦୀଜୀଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ଓଡ଼ିଶା ପାଇଁ ଥିବା ତାଙ୍କର ଆନ୍ତରିକତା ପ୍ରତି ଆମର ଧନ୍ୟବାଦ । ଏହା ଧରିତ୍ରୀ ମା'ର ଯତ୍ନ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି । ଆସନ୍ତୁ, ଗଛଟିଏ ଲଗାଇ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାର ହେବା । #ekpedmaakenaam
110
34
1
153
5,947
Director of Factories & Boilers, Odisha retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ₹୨୫,୩୮୦ କୋଟିର ପୁଞ୍ଜି ନିବେଶ ସହ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୫୧,୮୨୬ରୁ ଊର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। @industryodishaa
87
15
116
5,644
Director of Factories & Boilers, Odisha retweeted
ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଗଛ ହେଉଛି ଆମର ପ୍ରାଣ, ଆମର ସହଚର, ଆମର ସମ୍ପଦ। ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର ଦାୟିତ୍ୱ, ସେଥିପାଇଁ ସମସ୍ତେ ଗଛଟିଏ ଲଗାଇ, ଧରିତ୍ରୀ ମା’ର ପ୍ରକୃତ ସେବା କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରିବା।
100
204
3
697
41,094