Official Twitter Handle of District Administration, Jajpur, Government Of Odisha

Jajpur
Joined June 2017
'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ - ୨୦୨୬' ପାଳନ ଅବସରରେ ଆଜି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha, ଆଭାସୀ ମାଧ୍ୟମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତା, ସ୍ୱଚ୍ଛତା ଓ ସଚ୍ଚୋଟତାର ସହ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଶପଥ ପାଠ କରାଇଥିଲେ।
1
3
544
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ଆୟୋଜିତ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଦୁର୍ନୀତି ନିବାରଣ, ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ।
1
53
ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟରେ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
5
4
1
11
1,272
ବାତ୍ୟାର ସ୍ଥିତି ଓ ପ୍ରଭାବ ଉପରେ ୨୪ ଘଣ୍ଟିଆ ନଜର ରଖିବା,ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା, ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତି ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
1
1
60
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳଙ୍କ ସମେତ ଜରୁରୀକାଳୀନ ସେବା ସହ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
1
46
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆସନ୍ତା ଅକ୍ଟୋବର ୩୧ରେ ଗୁଜରାଟର ଏକତା ନଗରରେ ପାଳିତ ହେବାକୁ ଥିବା 'ରାଷ୍ଟ୍ରୀୟ ଏକତା ଦିବସ-୨୦୨୬'ରେ ଯୋଗଦେବା ପାଇଁ ଯାଜପୁର ଜିଲ୍ଲାର ୧୦ଟି ବ୍ଲକରୁ ୫୧ ଜଣିଆ ପ୍ରତିନିଧି ଦଳ ଗୁଜରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
1
3
13
1,358
ଆଜି ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏବଂ ଆରକ୍ଷୀ ଅଧୀକ୍ଷକ ମିଳିତ ଭାବେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ସୁଖଦ ଓ ନିରାପଦ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ।
1
1
132
ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୨୭ ତାରିଖରେ ଏହି ପ୍ରତିନିଧି ଦଳ ଭୁବନେଶ୍ୱର ରେଳଷ୍ଟେସନରୁ ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ବାହାରିବେ। ଜାତୀୟ ଏକତା, ଅଖଣ୍ଡତା, ଭାଇଚାରା ଓ ଦେଶପ୍ରେମର ବାର୍ତ୍ତା ବହନ କରୁଥିବା ଏହି ଅଭିଯାନ ସମସ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି।
44
ଯାଜପୁରର କଳା ଓ ସଂସ୍କୃତିର ଅନନ୍ୟ ପରିଚୟକୁ ଉଜ୍ଜ୍ୱଳ କରିବା ସହ କଳାକାରମାନଙ୍କ ପ୍ରତିଭାକୁ ନୂଆ ପରିଚୟ ଦେବା ଲକ୍ଷ୍ୟରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଚାଲିଛି ‘ଆମ କଳାକାର’ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା। ଏହି ଚୟନ ପ୍ରକ୍ରିୟାରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ନିଜର କଳା ଓ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି।
1
1
3
813
ଏହି ଅବସରରେ ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ ଦଳର କଳା ପ୍ରଦର୍ଶନ ଦେଖିବା ସହ କଳାକାରମାନଙ୍କ ଉତ୍ସାହ ଓ ପ୍ରତିଭାକୁ ପ୍ରଶଂସା କରିଥିଲେ। #AmaKalakara
95
'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬' ପାଳନ ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସାମୂହିକ ଭାବେ ଶପଥ ପାଠ କରାଇଥିଲେ।
1
4
834
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଚେତନ ରଥକୁ ଅତିରିକ୍ତ ଜିଲ୍ଲାପାଳ ଏବଂ ଦୁର୍ନୀତି ନିବାରଣ ବିଭାଗ, ଯାଜପୁରର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ସମସ୍ତ ସହରାଞ୍ଚଳ ଏବଂ ଗ୍ରାମଞ୍ଚଳ ପରିଭ୍ରମଣ କରି ଦୁର୍ନୀତି ନିବାରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବ।
84
ଆଜି ସୁକିନ୍ଦା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ 'ଯୁଗ୍ମ ଅଭିଯୋଗ ଶୁଣାଣି' ଶିବିର ଅନୁଷ୍ଠିତ ହୋଇଥିଲା। ଏହା ସହିତ 'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬' ପାଳନ ଅବସରରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଭାବେ ଦୁର୍ନିତି ନିବାରଣ ଶପଥ ପାଠ କରିଥିଲେ।
3
4
858
ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
1
81
Collector & DM, Jajpur retweeted
🌟 ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! ଆପଣ ହିଁ ଗଣତନ୍ତ୍ରର ଅସଲି ଶକ୍ତି! 🗳️ 🎯 ୧୮ ବର୍ଷ ହୋଇଗଲା କି? ତେବେ ଆଉ ଡେରି କାହିଁକି? ଆଜି ହିଁ ନୂତନ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରନ୍ତୁ! 📲 ECINET ଆପ୍ ଡାଉନଲୋଡ୍ କରନ୍ତୁ 📝 Form-6 ପୂରଣ କରନ୍ତୁ ✅ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ। 💪 ଆଜି ପଞ୍ଜୀକରଣ କରନ୍ତୁ, ଆସନ୍ତାକାଲି ଗଣତନ୍ତ୍ରକୁ ଆହୁରି ମଜବୁତ କରନ୍ତୁ! ✨ ଆପଣଙ୍କ ଗୋଟିଏ ପଦକ୍ଷେପ, ଗଣତନ୍ତ୍ର ପାଇଁ ଏକ ବଡ଼ ଅବଦାନ! #ECINET #Form6 #NewVoter #CEOOdisha #MyVoteMyRight #ମୋଭୋଟମୋଅଧିକାର
12
25
2,841
ସେବା ସଂକଳ୍ପ ଅଭିଯାନ–୨୦୨୬ | ପରିବର୍ତ୍ତନର କାହାଣୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ ଅଧୀନରେ ଯାଜପୁର ପୌରପାଳିକାର ଦମୟନ୍ତୀ ସାହୁ ନିଜର ପକ୍କା ଘର ନିର୍ମାଣ କରି ସ୍ୱପ୍ନକୁ ସାକାର କରିଛନ୍ତି। #SevaSankalpAbhiyan2026 #PMAYUrban2 #HousingForAll #JajpurMunicipality #Jajpur
2
2
1,515
ସେବା ସଂକଳ୍ପ ଅଭିଯାନ–୨୦୨୬ | ପରିବର୍ତ୍ତନର କାହାଣୀ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ଅଧୀନରେ ମାଛ ଚାଷ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି ଯାଜପୁରର ନମିତା ମିଶ୍ର। ନିଜ ଉଦ୍ୟମ ଓ ସରକାରୀ ସହାୟତାରେ ସେ ଆଜି ଆତ୍ମନିର୍ଭରତାର ନୂଆ ପରିଚୟ ସୃଷ୍ଟି କରିଛନ୍ତି। #SevaSankalpAbhiyan2026 #MMKY #Jajpur
8
1,112
ସେବା ସଂକଳ୍ପ ଅଭିଯାନ–୨୦୨୬। ପରିବର୍ତ୍ତନର କାହାଣୀ କୃଷକ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସ୍ୱପ୍ନକୁ ସାକାର କରୁଛି କୃଷି ବିଦ୍ୟାନିଧି ଛାତ୍ରବୃତ୍ତି ଯୋଜନା। #SevaSankalpAbhiyan2026 #KrushiVidyaNidhi #Scholarship #EducationForAll #Jajpur
3
959
ସେବା ସଂକଳ୍ପ ଅଭିଯାନ – ୨୦୨୬। ପରିବର୍ତ୍ତନର କାହାଣୀ ପ୍ରଧାନମନ୍ତ୍ରୀ ଜାତୀୟ ଡାଇଲିସିସ୍ କାର୍ଯ୍ୟକ୍ରମ(PMNDP) ଅଧୀନରେ ମାଗଣାରେ ଡାଇଲିସିସ୍ ଚିକିତ୍ସା ସେବା ପାଇ ସ୍ୱାସ୍ଥ୍ୟସେବା ଦିଗରେ ଆଶ୍ୱସ୍ତ ହେଉଛନ୍ତି ରୋଗୀ। #SevaSankalpAbhiyan2026 #NationalDialysisProgramme #HealthcareForAll #Jajpur
1
5
912