ଆଜି ରାଜ୍ୟ କାର୍ଯ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲା ସଭାପତି ଅଂଶୁମାନ ଦାସଙ୍କ ଦୃଢ଼ ନେତୃତ୍ୱ ଓ ଆମ ଦଳର ଜନମୁଖୀ ଚିନ୍ତାଧାରା ପ୍ରତି ଆସ୍ଥା ପ୍ରକଟ କରି, ବାରିପଦା ୨୬ ନମ୍ବର ୱାର୍ଡର କଂଗ୍ରେସ ଦଳର ପୂର୍ବତନ କାଉନସିଲର ପ୍ରାର୍ଥୀ ଶ୍ରୀମତୀ ସବିତା ନାୟକ ଏବଂ ତାଙ୍କର ବହୁ ସହଯୋଗୀ ଆନୁଷ୍ଠାନିକ ଭାବେ ଓଜେସିରେ ଯୋଗଦାନ କରିଛନ୍ତି।
1
92
କଟକର ଚାନ୍ଦିନୀଚୌକସ୍ଥିତ ମା’ ଭଗବତୀ ପୂଜା ସଂକୀର୍ତ୍ତନ ସମିତି ପକ୍ଷରୁ ପବିତ୍ର କାର୍ତ୍ତିକପୂର୍ଣ୍ଣିମା ଅବସରରେ ଆୟୋଜିତ ନଗର ପରିକ୍ରମା ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଲି । ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ଏହି ସଂକୀର୍ତ୍ତନ ଆମ ସମୃଦ୍ଧ ଓଡ଼ିଆ ପରମ୍ପରା, ସଂସ୍କୃତିର ଏକ ସୁନ୍ଦର ପ୍ରତିଫଳନ।
1
85
ପବିତ୍ର କାର୍ତ୍ତିକପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ କଟକର ଐତିହାସିକ ଗଡ଼ଗଡ଼ିଆ ଘାଟଠାରେ କଟକ ମହାନଗର ତୈଳିକ ବୈଶ୍ୟସମାଜ ପକ୍ଷରୁ ଆୟୋଜିତ ପବିତ୍ର ବୋଇତବନ୍ଦାଣ ଉତ୍ସବରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ। ଆମର ଗୌରବମୟ ଓଡ଼ିଆ ନୌବାଣିଜ୍ୟ ପରମ୍ପରା, ସାଧବପୁଅଙ୍କ ଅଦମ୍ୟ ସାହସ ଓ ସମୃଦ୍ଧ ଐତିହ୍ୟର ସ୍ମୃତି ବହନକରେ ଏହି ବୋଇତବନ୍ଦାଣ ଉତ୍ସବ।
1
104
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ହାର୍ଦ୍ଦିକ ଶୁଭେଚ୍ଛା। ଆମ ଗୌରବମୟ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା, ସାଧବପୁଅଙ୍କ ସାହସିକ ଯାତ୍ରା ଓ ସମୃଦ୍ଧ ଓଡ଼ିଆ ଐତିହ୍ୟର ପ୍ରତୀକ ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ।
1
90
ଅହେତୁକ ଦରଦାମ୍ ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା । ଏହାର ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି । #OJC #OJCProtest #Bhubaneswar #Odisha
1
165
ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ସଫଳ ହୋଇଛି। ସରକାର ଦରଦାମ ନିୟନ୍ତ୍ରଣରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଦରଦାମ୍ ନିୟନ୍ତ୍ରଣ ପାଇଁ ସରକାର ଯଦି କୈାଣସି ଠୋସ୍ ପଦକ୍ଷେପ ନ ନିଅନ୍ତି, ଏହି ପ୍ରତିବାଦ ଆହୁରି ତୀବ୍ରତର ହେବ ।
1
123
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ସରଳ ଜୀବନଯାପନ, ଅତୁଳନୀୟ ତ୍ୟାଗ ଓ ନିଷ୍ଠାପର ଜନସେବା ତାଙ୍କୁ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଶୋଷିତ, ନିଷ୍ପେଷିତ ଓ ସାଧାରଣ ଜନତାଙ୍କ ଅଧିକାର ତଥା ସମାଜର ସାମଗ୍ରିକ ଉନ୍ନତି ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ।
118
କଟକ ସହରର ସୁପରିଚିତ ମୁରବୀ, ଅଲିଶାବଜାର ପୂଜା କମିଟିର ପୂର୍ବତନ ସାଧାରଣ ସମ୍ପାଦକ, ଅଲିଶାବଜାର କେଉଟ ସାହିର ମହନ୍ତ, ବକ୍ସିବଜାର ବ୍ୟବସାୟୀ କମିଟିର ସାଧାରଣ ସମ୍ପାଦକ ତଥା ରାଣୀହାଟ ଟୁଙ୍ଗୀର ସମ୍ପାଦକ ସ୍ୱର୍ଗତ ବଟକୃଷ୍ଣ ବେହେରାଙ୍କ ଏକାଦଶାହ ଅବସରରେ ଯୋଗଦେଇ ତାଙ୍କ ସ୍ମୃତିଚାରଣ କରିବା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲି । – at Cuttack, India
1
165
କଟକର CDA ସେକ୍ଟର-୬ ସ୍ଥିତ DAV ସ୍କୁଲ୍ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତା ଓ ଆୟୋଜକମାନଙ୍କୁ ଉତ୍ସାହିତ କଲି। ଜଣେବ୍ୟକ୍ତିଙ୍କ ରକ୍ତଦାନ ଅନ୍ୟଜଣଙ୍କ ପାଇଁ ନୂଆ ଜୀବନର ଆଶା ହୋଇପାରେ। ଏହି ମହତ୍ କାର୍ଯ୍ୟରେ ସ୍ୱଇଚ୍ଛାରେ ଆଗେଇ ଆସିଥିବା ସମସ୍ତ ରକ୍ତଦାତାଙ୍କ ମାନବିକତା ଓ ସେବା ମନୋଭାବକୁ ଅନ୍ତରରୁ ସାଧୁବାଦ ଜଣାଉଛି।
209
ଅତିଷ୍ଠ ଓଡ଼ିଶାବାସୀ, ନୀରବ କାହିଁକି ଲୋକଙ୍କ ସରକାର ?
ବଢ଼ୁଥିବା ଦରବୃଦ୍ଧି ବିରୁଦ୍ଧରେ ଆସନ୍ତା ନଭେମ୍ୱର ୨୩ ତାରିଖ ଦିନ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ବିଧାନସଭା ଘେରାଉ କରାଯିବ। ସରକାରଙ୍କ ଆଖି ଖୋଲିବାକୁ ଦରବୃଦ୍ଧି ପ୍ରତିବାଦରେ ହେବାକୁ ଥିବା ଏହି ଆନ୍ଦୋଳନକୁ ସଫଳ କରନ୍ତୁ।
ତାରିଖ: ନଭେମ୍ୱର ୨୩
ସ୍ଥାନ: ବିଧାନସଭା ସମ୍ମୁଖ – at Bhubaneshwar, India
4
152
ମହାନ ସ୍ୱାଧୀନତା ସଂଗ୍ରାମୀ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଉତ୍କଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କର ଆଦର୍ଶ, ତ୍ୟାଗ ଓ ଓଡ଼ିଶା ପ୍ରତି ଅତୁଳନୀୟ ନିଷ୍ଠା ଆମ ସମସ୍ତଙ୍କୁ ଏକ ସମୃଦ୍ଧ, ସ୍ୱାଭିମାନୀ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସର୍ବଦା ପ୍ରେରଣା ଯୋଗାଉଥିବ।
1
116
ପେଟ୍ରୋଲ ଠାରୁ ଆରମ୍ଭ କରି ରୋଷେଇ ଘରର ସାମଗ୍ରୀ ପର୍ଯ୍ୟନ୍ତ, ସବୁଥିରେ ଅହେତୁକ ଦରବୃଦ୍ଧି ସାଧାରଣ ମଣିଷର ଅଣ୍ଟା ଭାଙ୍ଗି ଦେଇଛି।ଜନସାଧାରଣଙ୍କ ଏହି ମୌଳିକ ସମସ୍ୟାକୁ ନେଇ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆସନ୍ତା ୨୩ ତାରିଖ ଦିନ ବିଧାନସଭା ଘେରାଉ ଡାକରା ଦିଆଯାଇଛି। ନିଜର ହକ୍ ପାଇଁ ଏହି ଗଣ ଆନ୍ଦୋଳନରେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ...
2
90
ଓଡ଼ିଶା ଜନତା କଂଗ୍ରେସ ପରିବାର ପାଇଁ ଆଜି ଏକ ଅପୂରଣୀୟ କ୍ଷତି। ଆମ ଦଳର କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଜୟନ୍ତ କୁମାର ନାୟକଙ୍କ ବିୟୋଗ ଖବର ମୋତେ ଗଭୀର ଭାବେ ମର୍ମାହତ ଓ ଦୁଃଖିତ କରିଛି। ସେ କେବଳ ଜଣେ ଦଳୀୟ ପଦାଧିକାରୀ ନଥିଲେ, ବରଂ ଓଡ଼ିଶା ଜନତା କଂଗ୍ରେସ ପରିବାରର ଜଣେ ନିଷ୍ଠାବାନ୍ ସଦସ୍ୟ ଏବଂ ସଂଗଠନର ଜଣେ ସକ୍ରିୟ ସାଥୀ ଥିଲେ।
1
114
ଅହେତୁକ ଦରଦାମ୍ ବୃଦ୍ଧି ସାଧାରଣ ଜନତାଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ଜନସାଧାରଣଙ୍କ ଏହି ସମସ୍ୟାକୁ ନେଇ ଆସନ୍ତା ନଭେମ୍ବର ୨୩ ତାରିଖରେ ଓଜେସି ପକ୍ଷରୁ ହେବାକୁ ଥିବା ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ସଫଳ ଓ ବ୍ୟାପକ ଜନଆନ୍ଦୋଳନରେ ପରିଣତ କରିବାଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଦଳୀୟକାର୍ଯ୍ୟାଳୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗଦେଲି।
73
କଟକର ମଠସାହି ଗ୍ରାମସ୍ଥିତ ଗୋପାଳଜୀଉ ଲେନ୍ଠାରେ ନବନିର୍ମିତ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପିତ୍ତଳମେଢ଼ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ ହେଲି। ଏହି ପବିତ୍ର ଅବସରରେ ଭଗବାନ କାର୍ତ୍ତିକେଶ୍ୱରଙ୍କ ଆଶୀର୍ବାଦ କାମନା କରିବା ସହ ସମସ୍ତ ଆୟୋଜକ, ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲି।
1
110
ଅହେତୁକ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅତିଷ୍ଠ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଖାଦ୍ୟପଦାର୍ଥ ପର୍ଯ୍ୟନ୍ତ ସବୁକିଛିର ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏହା ପ୍ରତିବାଦରେ ଆସନ୍ତା ନଭେମ୍ବର ୨୩ ତାରିଖରେ ବିଧାନସଭା ଘେରାଉ କରିବ ଓଡ଼ିଶା ଜନତା କଂଗ୍ରେସ।
1
135
କଟକ ମହାନଗର ନିଗମର ୧୮ନଂୱାର୍ଡ ଅନ୍ତର୍ଗତ ସୂତାହାଟ ଉପରସାହିଠାରେ ଆୟୋଜିତ ଚା’ ଖଟି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ମତ ବିନିମୟ କରିଥିଲି । ଅଞ୍ଚଳର ବିଭିନ୍ନ ସମସ୍ୟା, ମୌଳିକ ସୁବିଧା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କସହ ଖୋଲାଖୋଲି ଆଲୋଚନା କରିବାସହ ସେମାନଙ୍କର ମୂଲ୍ୟବାନ ପରାମର୍ଶ ଓ ମତାମତ ଶୁଣିଥିଲି ।
2
101
ଓଡ଼ିଆ ସଙ୍ଗୀତ ଜଗତର ଅମର ସ୍ୱର, କାଳଜୟୀ ସଙ୍ଗୀତକାର, ଗାୟକ ଓ ଗୀତିକାର ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କ ଅନନ୍ୟ ସଙ୍ଗୀତ ସାଧନା, ମନଛୁଆଁ କଣ୍ଠସ୍ୱର ଓଡ଼ିଆ ସଙ୍ଗୀତ ଜଗତକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ସେ ଆମ ଗହଣରେ ନଥିଲେ ମଧ୍ୟ ତାଙ୍କ ସୃଷ୍ଟି ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ ।
1
93
କଟକ ମହାନଗର ନିଗମର ୨୮ ନମ୍ବର ୱାର୍ଡରେ ଆୟୋଜିତ ଚା’ ଖଟି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ମତ ବିନିମୟ କରିଲି ।
94
















































