Revenue & Disaster Management Department, Govt. of Odisha | ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର

Bhubaneswar,Odisha
Joined June 2017
Revenue & DM Department, Government of Odisha retweeted
ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟରେ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
1
2
6
883
Revenue & DM Department, Government of Odisha retweeted
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ସହରରେ ଜଳବଦ୍ଧତା ରୋକିବା ପାଇଁ ଗାୟତ୍ରୀ ବିହାରର ସୂର୍ଯ୍ୟ ନାଳ ଏବଂ ବାଞ୍ଛାଦେଇ ନଗରର ବାହାନା ନାଳ ସଫେଇ କାର୍ଯ୍ୟ ଚାଲିଛି। ଏହି ଅବସରରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ। @CMO_Odisha @IPR_Odisha @rdmodisha @SRC_Odisha
1
3
22
2,397
Revenue & DM Department, Government of Odisha retweeted
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ବ୍ରହ୍ମପୁର ସହରରେ ଜଳବନ୍ଦୀ ସ୍ଥିତି ଏଡ଼ାଇବା ଉଦ୍ଦେଶ୍ୟରେ ଚାଲିଥିବା ନାଳ ସଫେଇ କାର୍ଯ୍ୟକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ପରିଦର୍ଶନ କରି ଅଗ୍ରଗତି ସମୀକ୍ଷା କରିଛନ୍ତି। @CMO_Odisha @SecyChief @rdmodisha
2
2
16
985
Revenue & DM Department, Government of Odisha retweeted
Rayagada District Administration is conducting public announcements through miking to sensitise people on precautionary measures and ensure safe evacuation in view of the impending cyclonic storm. @CMO_Odisha @SecyChief @rdmodisha @IPR_Odisha @ndmaindia
2
4
30
2,188
Revenue & DM Department, Government of Odisha retweeted
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଆଖିଆଗରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ହୋଇଛି। ଆଜି ଜିଲ୍ଲାପାଳ ଆର୍ଯ୍ୟପଲ୍ଲୀ ଜେଟି ପରିଦର୍ଶନ କରି ଟ୍ରଲର୍‌ଗୁଡ଼ିକର ସୁରକ୍ଷା ଓ ମତ୍ସ୍ୟଜୀବୀଙ୍କ ନିରାପଦ ସ୍ଥାନାନ୍ତରଣର ନେଇ ସମୀକ୍ଷା କରିଥିଲେ । ଏହାସହ ନୋଳିଆ ନୂଆଗାଁ ଓ ଗୋପାଳପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ୍‌ ବ୍ୟାକ୍‌ଅପ୍, ଜେନେରେଟର ସମେତ ସମସ୍ତ ଜରୁରୀକାଳୀନ ସୁବିଧାର ତଦାରଖ କରିଥିଲେ । ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। @CMO_Odisha @IPR_Odisha @rdmodisha @SRC_Odisha
1
1
1
14
2,757
Revenue & DM Department, Government of Odisha retweeted
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଆଲୋଚନା କରିଛନ୍ତି । @CMO_Odisha @osdmaodisha @rdmodisha @IPR_Odisha
2
16
605
Revenue & DM Department, Government of Odisha retweeted
ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ନିଜ ଅଞ୍ଚଳର ହେଲ୍ପଲାଇନ୍ ନମ୍ବରେ ଯୋଗାଯୋଗ କରନ୍ତୁ । @CMO_Odisha @osdmaodisha @rdmodisha @IPR_Odisha
1
9
411
Revenue & DM Department, Government of Odisha retweeted
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ଓ ତହସିଲ ସ୍ତରରେ ପ୍ରସ୍ତୁତି ଏବଂ ଜନସୁରକ୍ଷା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବାତ୍ୟା ମୁକାବିଲା ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଓ ବିଭାଗୀୟ ସମନ୍ୱୟ ଉପରେ ଆଲୋଚନା କରାଯାଇଛି । #Mayurbhanj #CyclonePreparedness
1
7
892
Revenue & DM Department, Government of Odisha retweeted
Advisory against the dissemination of false, misleading, and speculative cyclone forecasts and warnings through media and digital platforms.@CMO_Odisha @SecyChief @rdmodisha @IPR_Odisha
1
11
41
5,040
Revenue & DM Department, Government of Odisha retweeted
Action Plan and Contingency Directives based on IMD Impact Assessment for Cyclonic Storm “Arnab” @CMO_Odisha @SecyChief @DC_Odisha @rdmodisha
5
5
31
5,750
ଜନସାଧାରଣଙ୍କ ସୁବିଧା, ସ୍ୱଚ୍ଛତା ଓ ତ୍ୱରିତ ସେବାକୁ ପ୍ରାଥମିକତା ଦେଇ ପଞ୍ଜୀକରଣ ବ୍ୟବସ୍ଥାର ଆଧୁନିକୀକରଣ ଦିଗରେ ଓଡ଼ିଶା ସରକାରଙ୍କ ଦୃଢ଼ ପଦକ୍ଷେପ। ଜମି ଓ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ନାଗରିକ ଅନୁକୂଳ କରିବା ସହ ଅନାବଶ୍ୟକ ଧାଁ-ଦଉଡ଼ ଓ ବିଳମ୍ବ ହ୍ରାସ କରିବା ଲକ୍ଷ୍ୟରେ ରାଜ୍ୟ ସରକାର NGDRS ବ୍ୟବସ୍ଥାର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ଙ୍କ ଅଧ୍ୟକ୍ଷତାରେ NIC, ପୁଣେର ସଫ୍ଟୱେର୍ ଡେଭଲପମେଣ୍ଟ ୟୁନିଟ୍ ସହ ଏହାର ରୂପାୟନ ଓ ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗରେ ପଞ୍ଜୀକରଣ ସେବାକୁ ଅଧିକ ସୁଗମ କରିବା, ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ସେବା ପ୍ରଦାନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନାଗରିକକୈନ୍ଦ୍ରିକ ଶାସନକୁ ଆହୁରି ସୁଦୃଢ଼ କରିବ। #Odisha #DigitalGovernance #NGDRS #PeopleCentricGovernance
2
3
39
4,558
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଓ ଜରୁରୀ ସତର୍କତା ନିଜର ଓ ପରିବାରର ସୁରକ୍ଷା ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖନ୍ତୁ, ଜରୁରୀ କାଗଜପତ୍ର ସୁରକ୍ଷିତ ରଖନ୍ତୁ ଏବଂ ପ୍ରଶାସନର ସମସ୍ତ ନିର୍ଦ୍ଦେଶ ପାଳନ କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ସଚେତନତା ଓ ସତର୍କତା ହିଁ ବିପଦ ସମୟରେ ସୁରକ୍ଷାର ସବୁଠାରୁ ବଡ଼ ମାଧ୍ୟମ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ପ୍ରତିଟି ଜୀବନ ମୂଲ୍ୟବାନ। @SRC_Odisha #CycloneArnab #CyclonePreparedness #StayAlertStaySafe
5
4
19
1,283
On the occasion of #VigilanceAwarenessWeek, the Addl Chief Secretary Dr @arvindpadhee administered Integrity Pledge to officers and staff of the Department. The pledge reaffirmed the Department’s collective resolve to ethical administration, zero tolerance for corruption and citizen-centric governance. @CMO_Odisha @IPR_Odisha @sureshkpujari @OdishaVigilance
3
14
1,334
Revenue & DM Department, Government of Odisha retweeted
IMD Prediction as on 26.10.2026 @CMO_Odisha @SecyChief @rdmodisha @IPR_Odisha
1
4
23
10,347
Revenue & DM Department, Government of Odisha retweeted
Financial Assistance for Cyclonic Storm ARNAB, 2026, to the respective Districts @CMO_Odisha @SecyChief @DC_Odisha @rdmodisha @IPR_Odisha
1
5
31
3,709
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି। ଜନସାଧାରଣଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବାତ୍ୟାଜନିତ କ୍ଷୟକ୍ଷତି ହ୍ରାସକୁ ପ୍ରାଥମିକତା ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ୮ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ବାତ୍ୟା ପରିଚାଳନା ଓ ଜନସୁରକ୍ଷା କାର୍ଯ୍ୟର ତଦାରଖ ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀ ଓ ୬ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ମନ୍ତ୍ରୀମାନେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆଗୁଆ ପ୍ରସ୍ତୁତି, ଉଦ୍ଧାର, ରିଲିଫ୍ ଓ ବାତ୍ୟା ପରିଚାଳନା କାର୍ଯ୍ୟର ତଦାରଖ କରିବେ। ଜନସୁରକ୍ଷା ସର୍ବୋପରି, ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ। #CyclonePreparedness #DisasterManagement #OdishaGovernment #PublicSafety #RevenueAndDisasterManagement #Odisha
3
2
11
1,225
Revenue & DM Department, Government of Odisha retweeted
In view of the impending cyclonic storm over the Bay of Bengal, Shri Madhusudan Das, IAS, has been deployed to Nuapada district to supervise and coordinate relief, response and restoration operations.@CMO_Odisha @SecyChief @DC_Odisha @rdmodisha @IPR_Odisha
1
8
1
31
3,272
Revenue & DM Department, Government of Odisha retweeted
Preventive measures and safety protocols in view of Port Cautionary Signals hoisted by IMD for the impending Cyclonic Storm.@CMO_Odisha @SecyChief @DC_Odisha @CTOdisha @rdmodisha @ndmaindia @IPR_Odisha
5
24
3,345
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ। ଶୂନ୍ୟ ଜୀବନହାନି ଲକ୍ଷ୍ୟରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ୨୭ଟି ODRAF ଓ ୬ଟି NDRF ଟିମ୍ ମୁତୟନ ସହ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ଉଦ୍ଧାରକାର୍ଯ୍ୟ ଓ ରିଲିଫ୍ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ଜନସାଧାରଣଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ତେଣୁ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ନଜର ରଖନ୍ତୁ, ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ ଏବଂ ଗୁଜବରୁ ଦୂରେଇ ରୁହନ୍ତୁ। ସତର୍କତା ହିଁ ସୁରକ୍ଷାର ପ୍ରଥମ ପଦକ୍ଷେପ। #CycloneArnab #Odisha #DisasterManagement #ZeroCasualty
5
2
28
1,512
ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବା ସହ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରାଯାଉଛି। ସମୁଦ୍ରକୁ ମାଛ ଧରିବାକୁ ଯାଆନ୍ତୁ ନାହିଁ ଏବଂ ପାଣିପାଗ ବିଭାଗର ସତର୍କ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ। ଆପଣଙ୍କ ସୁରକ୍ଷା ଆପଣଙ୍କ ପରିବାରର ସୁରକ୍ଷା। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। #CycloneArnab #Odisha #DisasterManagement #FishermenSafety
7
31
1,852